ଆନ୍ତର୍ଜାତୀୟଜାତୀୟ

ଇରାକ୍‍ରେ ୩୯ ଭାରତୀୟଙ୍କ ମୃତ୍ୟୁ ସମ୍ବନ୍ଧୀୟ ଆବେଦନ ଖାରଜକଲେ ଦିଲ୍ଲୀ ହାଇକୋର୍ଟ

ଆ.ଓ.ରି.ଦିଲ୍ଲୀ (ତା ୭/୬)ନୂଆଦିଲ୍ଲୀ : ଇରାକରେ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଏହି ଭାରତୀୟମାନଙ୍କୁ ଉଦ୍ଧାର କରିବା ନେଇ କେନ୍ଦ୍ର ସରକାରଙ୍କ ଅବହେଳାର ତଦନ୍ତ ଦାବିରେ ହାଇକୋର୍ଟରେ ଉକ୍ତ ଆବେଦନ କରାଯାଇଥିଲା; ମାତ୍ର ଏଭଳି ଆବେଦନରେ କୌଣସି ଜନସ୍ୱାର୍ଥ ନାହିଁ। ଏପରି ଆବେଦନ ଦ୍ୱାରା ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ଅତ୍ୟନ୍ତ ଅସମ୍ବେଦନଶୀଳତା ପ୍ରଦର୍ଶନ କରାଯାଇଛି ବୋଲି ବିଚାରପତି ଗୀତା ମିତ୍ତଲ ଏବଂ ବିଚାରପତି ସି. ହରି ଶଙ୍କରଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି। ଓକିଲ ମେହମ୍ମୁଦ ପ୍ରଚାଙ୍କ ଦ୍ୱାରା କରାଯାଇଥିବା ଏହି ଆବେଦନକୁ ନିନ୍ଦା କରାଯିବା ଆବଶ୍ୟକ। ଏଭଳି ଆବେଦନକୁ ପ୍ରୋତ୍ସାହନ ନ ଦେବା ଉଦ୍ଦେଶ୍ୟରେ ଖଣ୍ଡପୀଠ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି। ଜୋରିମାନା ବାବଦ ଅର୍ଥ ୪ ସପ୍ତାହ ମଧ୍ୟରେ ଓକିଲ କଲ୍ୟାଣ ପାଣ୍ଠିରେ ପୈଠ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ୨୦୧୪ରେ ଇରାକ୍‍ର ମୋସୁଲଠାରେ ଆଇଏସ୍‍ଆଇଏସ୍‍ ଆତଙ୍କବାଦୀମାନେ ୩୯ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିବା କେନ୍ଦ୍ର ସରକାର ଜଣିଥିଲେ ମଧ୍ୟ ଏ ବିଷୟରେ କୌଣସି ସୂଚନା ପ୍ରଦାନ କରି ନ ଥିଲେ। ଏହି ଭାରତୀୟମାନେ ଜୀବିତ ଥିବା ଭଳି କେନ୍ଦ୍ର ସରକାର ଆଚରଣ କରିଥିଲେ ବୋଲି ପ୍ରଚା ତାଙ୍କ ଆବେଦନରେ ଦର୍ଶାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button