ଖେଳ

ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଜିର ଓଡିଶା (ତା ୩|୪)   –  ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର ସୁପର କପ ଫୁଟବଲର ପ୍ରି-କ୍ୱାର୍ଟର ମ୍ୟାଚ। ଲଢେଇ ହେବ ଦେଶର ୧୬ଟି ଟପ୍‌ ଫୁଟବଲ କ୍ଲବ ମଧ୍ୟରେ। ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇୟାନ୍ ଏଫସି ଏବଂ ଆଇଜଲ ଏଫସି। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ- ଲିଗର ଟପ୍ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ।  ନକ୍ ଆଉଟ ଭିତ୍ତିରେ  ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ।

ସୁପର କପ୍ ଫୁଟବଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପୁରା ପ୍ରସ୍ତୁତ ରହିଛି। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଷ୍ଟାଡ଼ିୟମର ସବୁ ବର୍ଗର ଟିକେଟ୍ ମୂଲ୍ୟ ୨୦ ଟଙ୍କା  ଧାର୍ଯ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟ ପାଇଁ ୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।

ରାଜ୍ୟ ସରକାର ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button