March 24, 2023

ଆତଙ୍କବାଦର ହାତ ଛାଡ଼ିଲେ ଆଲୋଚନା ହେବ ; ନରେନ୍ଦ୍ର ମୋଦୀ

1 min read

ଆଓରି-ନୂଆଦିଲ୍ଲୀ(୨୦/୦୬) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ପାକିସ୍ତାନ ପ୍ରତିପକ୍ଷ ତଥା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀଙ୍କ ଚିଠିର ଜବାବ ଦେଇଛନ୍ତି। ମୋଦୀ ଇମ୍ରାନଙ୍କୁ ଲେଖିଥିବା ଚିଠିରେ ଆତଙ୍କବାଦ ପ୍ରସଙ୍ଗ ଉପରେ ଦର୍ଶାଇଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବା ପରେ ଆଲୋଚନା କରାଯିବା ଉଚିତ, ଯାହା କେବଳ ଆତଙ୍କବାଦର ରାସ୍ତା ଛାଡ଼ିବା ପରେ ହିଁ ସମ୍ଭବ ବୋଲି ମୋଦୀ ଲେଖିଛନ୍ତି। ତେବେ ଉଭୟ ଦେଶ ମଧ୍ୟରେ କେବେ ଆଲୋଚନା ହେବ ସେନେଇ କୌଣସି ନିଷ୍ପତ୍ତି ସମ୍ପର୍କରେ ଚିଠିରେ ଦର୍ଶାଯାଇ ନାହିଁ।

ଭାରତ ନିଜର ସମସ୍ତ ପଡ଼ୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛି। ଦେଶରେ ବିକାଶ ପାଇଁ ଶାନ୍ତି ଏବଂ ସ୍ଥିରତା ଜରୁରୀ। ଦେଶବାଦୀଙ୍କ ବିକାଶକୁ ଭାରତ ସର୍ବଦା ପ୍ରାଥମିକା ଦେଇଆସିଛି। ପାକିସ୍ତାନ ଲଗାତାର ଭାରତ ସହିତ ଆଲୋଚନା କରିବାକୁ କହୁଚି। କିନ୍ତୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ପାକିସ୍ତାନ ପକ୍ଷରୁ ଯେପର୍ଯ୍ୟନ୍ତ ଆତଙ୍କବାଦ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ଆଲୋଚନା ହୋଇପାରିବ ନାହିଁ ବୋଲି ଚିଠିରେ ଉତ୍ତର ଦିଆଯାଇଛି।ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ତାଙ୍କ ପାକିସ୍ତାନ ପ୍ରତିପକ୍ଷ କ୍ୟୁରେଶୀଙ୍କୁ ଅନୁରୂପ ଭାବେ ଉତ୍ତର ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.