ରାଜ୍ୟସ୍ୱାସ୍ଥ୍ୟ

ଆଜି ୩୭ ଜଣଙ୍କ ମୁଣ୍ଡ ନେଇଛି କରୋନା

ଆଓରି-ଭୁବନେଶ୍ବର(୦୧/୦୬) : କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଆଜି ରାଜ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାନୁସାରେ, ସଂକ୍ରମଣ ସଂଖ୍ୟା ସାମାନ୍ୟ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଆଜି ରାଜ୍ୟରେ ୮ହଜାର ୭୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ ।

Related Articles

Leave a Reply

Your email address will not be published. Required fields are marked *

Back to top button