ରାଶିଫଳ

ଆଜିର ରାଶିଫଳ

ମେଷ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସମ୍ମାନିତ ହେବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।

ବୃଷ: ଦିଅଁ ଦର୍ଶନ ମଙ୍ଗଳକର ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଚଞ୍ଚଳ ପ୍ରକୃତିର ହେବେ।

ମିଥୁନ: ଚିନ୍ତା ଅଚିରେ ଦୂର ହେବେ। ମନରେ ଈର୍ଷାଭାବ ଜାତ ହୋଇପାରେ। କାର୍ଯ୍ୟ ହାସଲ କରିବାରେ ଅର୍ଥ ବାଧକ ହେବ ନାହିଁ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିପାରେ। ଧନ, ଯାନବାହନ ମିଳିବ। ଉତ୍ତମ ବଚନରେ ପଟୁ ହେବେ।

କର୍କଟ: ବାଧ୍ୟତାର ବଶବର୍ତ୍ତୀ ହୋଇପାରନ୍ତି। ଘାତଚନ୍ଦ୍ର ହେତୁ ସତର୍କତା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଗୁରୁଜନମାନଙ୍କ ଠାରୁ ସ୍ନେହ, ଆଦର, ସମ୍ମାନ ମିଳିବ।

ସିଂହ: ଶିକ୍ଷାକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ଆଶାବାଦୀ ହୋଇପାରନ୍ତି। ବନ୍ଧୁ ସଂପର୍କରେ ଉନ୍ନତି ଘଟିବ। କର୍ମ ପ୍ରବଣତା ପ୍ରକାଶ ପାଇବ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ମିଥ୍ୟା ଅଭିଯୋଗ ଆସି ପାରେ।

କନ୍ୟା: ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୋଜଗାର ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତ ହେବ। ନୂଆ ବନ୍ଧୁ ଜୁଟିବେ।

ତୁଳା: ବ୍ୟୟାଧିକ ହୋଇପାରେ। ଆତ୍ମୀୟ ସ୍ୱଜନଙ୍କ ଠାରୁ କ୍ଲେଶ ମିଳିପାରେ। ବାକି ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା କଷ୍ଟସାଧ୍ୟ ହେବ। ସ୍ନେହପୂର୍ଣ୍ଣ କଥା କହି ପରକୁ ଆପଣାର କରିପାରନ୍ତି। ଚକ୍ଷୁ ପୀଡ଼ା ଅନୁଭବ କରିବେ। ସ୍ୱାଭିମାନୀ ହେବେ।

ବିଛା: ଆୟ ଆଶାନୁରୂପ ହେବ। ସଞ୍ଚୟ କରିବାରେ ସଫଳ ହେବେ। ଆଶା ଫଳବତୀ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସହଯୋଗୀମାନଙ୍କ ସହିତ ସମ୍ପର୍କରେ ଢ଼େର ଉନ୍ନତି ଘଟିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ।

ଧନୁ: ଯେକୌଣସି କ୍ଷେତ୍ରରେ ପଛକୁ ଘୁଞ୍ଚିବାର ପ୍ରଶ୍ନ ଉଠୁନାହିଁ। ପରୋପକାରାୟ, ସ୍ୱର୍ଗାୟ ପନ୍ଥା ଅନୁସରଣ କରିବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ। ସୌଭାଗ୍ୟ ବନ୍ତ ହେବାର ସୂଚନା ମିଳୁଛି। ବ୍ୟବସାୟରେ ଅଗ୍ରଗତି ଘଟିବ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆଶ୍ୱସ୍ତି ମିଳିବ। ପାରିବାରିକ ସୁଖ ସମୃଦ୍ଧି ଘଟିବ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶୁଭକାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ହେବ।

କୁମ୍ଭ: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନତା ହେବାକୁ ପଡ଼ିବ। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ଅନ୍ୟ କଥାରେ ପ୍ରଭାବିତ ନ ହେଲେ ସମ୍ମାନିତ ହୋଇପାରନ୍ତି। ପ୍ରଭୂତ ବିଦ୍ୟା ପ୍ରାପ୍ତ ହେବେ। ନିର୍ଭୀକ ଭାବେ କାର୍ଯ୍ୟ ସଂପାଦନ କରିବେ। ସମର୍ଥନ ମିଳିବ।

ମୀନ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉପୁଜି ଥିବା ସଙ୍କଟ ଦୂର ହୋଇପାରେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button