ରାଶିଫଳ

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ର ଫଳ ଦାୟକ ହେବ। କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କର୍ମ ଚଞ୍ଚଳ ରହିବେ। ଧନପ୍ରାପ୍ତିର ସୂଚନା ମିଳୁଛି। ଥଣ୍ଡା କଫ ପୀଡ଼ା ଭୋଗି ପାରନ୍ତି।

ବୃଷ: ମନରେ ଉଦ୍‍ବେଗ ଜାତ ହୋଇପାରେ। କୃଷିକର୍ମକୁ ତ୍ୱରାନ୍ୱିତ କରିପାରନ୍ତି। ଯାନ-ବାହନ ସୁଖ ମିଳିପାରେ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। ୪ର୍ଥ ଚନ୍ଦ୍ର କଲ୍ୟାଣ ଚନ୍ଦ୍ର ହେତୁ ସବୁ ବିପଦକୁ ଟାଳି ଦେଇପାରେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଅର୍ଥ ସଞ୍ଚୟ କରିବେ। ସବୁଠାରେ ସମ୍ମାନିତ ହେବେ। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବେ।

କର୍କଟ: ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ। ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ। ଧନାଗମର ସୂଚନା ମିଳୁଛି। ଭାଗ୍ୟର ପରିବର୍ତ୍ତନ ଘଟିବ। ଅତି ସୁଖୀ ହୋଇପାରନ୍ତି।

ସିଂହ: ବ୍ୟବସାୟ ଲାଭଜନକ ହେବ। କର୍ମ ପ୍ରବଣତା ପ୍ରକାଶ ପାଇବ। ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନ ପ୍ରାପ୍ତ ହୋଇପାରନ୍ତି। ମିଠାକଥା କହି ପରକୁ ଆପଣାର କରିବେ।

କନ୍ୟା: ଯାତ୍ରାକାଳୀନ ସଫଳତା ମିଳିବ। କେହି ପଥରୋଧ କରିବାକୁ ଉଦ୍ୟମ କରି ବିଫଳ ହେବେ। କାହାରି କଥା ନଶୁଣି ନିଜ ବୁଦ୍ଧି ବିବେକ ଖଟାଇ କାର୍ଯ୍ୟ କଲେ ସଫଳତା ମିଳିବ। ଖର୍ଚ୍ଚାନ୍ତ ହେଲେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ  ସକ୍ଷମ ହୋଇପାରନ୍ତି।

ତୁଳା: ଆୟ ଆଶାନୁରୂପ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ସତ୍‍ସଙ୍ଗ ହୋଇପାରନ୍ତି। ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ତାଙ୍କ ସହୟାତା ପାଇବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆଶା ଫଳବ୍ରତୀ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମଧୁର କଥାରେ ପରିସ୍ଥିତିକୁ ସମ୍ଭାଳି ନେବେ।

ଧନୁ: ଆଜି ଦିନଟି କୌଣସି ଘଟଣାରେ ହାରିବା ଆପଣଙ୍କ ଜାତକରେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ। ସୌଭାଗ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ, ଉତ୍ସବ ମଧ୍ୟରେ ଦିନଟି ଅତିବାହିତ ହେବ। ଦାମ୍ପତ୍ୟ ସୁଖ ମିଳିବ।

ମକର: ଯୋଗା-ଯୋଗରେ ସଫଳତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଖର୍ଚ୍ଚର ପରିମାଣ ବୃଦ୍ଧି ହେବ। କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।

କୁମ୍ଭ: ଧୈର୍ଯ୍ୟବାନ ହେବେ। ବିଚାରଧାରା ପ୍ରୟୋଗ କରି କାର୍ଯ୍ୟ କରିବେ। ବନ୍ଧୁମାନଙ୍କ ସହାୟତା ପାଇ କେତେକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଶୁଭ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି। କୀର୍ତ୍ତିମାନ ହେବେ। ସୁଖ ମିଳିବ।

ମୀନ: ଯାତ୍ରା ଶୁଭଦାୟକ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଉପୁଜି ଥିବା ସଙ୍କଟ ଦୂର ହୋଇପାରେ। ପ୍ରୀତି ଭୋଜନ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆୟ ବୃଦ୍ଧି ହେବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button