ରାଶିଫଳ

ଆଜିର ରାଶିଫଳ

ମେଷ: ଆର୍ଥିକ ସମସ୍ୟା ଉପୁଜି ପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ପ୍ରଭାବ ବିସ୍ତାର କରିପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ପ୍ରିୟ ଭାଷୀ ହେବେ। ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦ ମିଳିପାରେ।

ବୃଷ: ପାରିବାରିକ ଶାନ୍ତି ଫେରି ପାଇବେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଶୁଭା-ଶୁଭ ମିଶ୍ରତ ଫଳ ମିଳିବ। କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

ମିଥୁନ: ପଦୋନ୍ନତି ପାଇଁ ଚେଷ୍ଟା ଜାରି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଭାବେ ନିଜ ପ୍ରଭାବର ଉପଯୋଗ କରିପାରନ୍ତି। ଆଳସ୍ୟ ପରିତ୍ୟାଗ କରିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗ-ପୂତ ମନୋଭାବର ହୋଇପାରନ୍ତି।

ସିଂହ: କାର୍ଯ୍ୟରେ ଆଶିଂକ ସଫଳତା ମିଳିବ। ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ବିବାଦୀୟ ପରିସ୍ଥିତି ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ। ବିଶୁଦ୍ଧ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ନିର୍ଭୀକ ହେବେ। ସୁଶୀଳ ଓ ବିଧିଜ୍ଞ ହେବା ଆଶା କରାଯାଏ।

ତୁଳା: ଅଧିକ ଲାଭବାନ୍‍ ହେବା ପାଇଁ ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବେ। କୃତକାର୍ଯ୍ୟ ହୋଇପାରନ୍ତି। ଉଚ୍ଚକର୍ମରେ ସଂପୃକ୍ତି ରହିବ। ଗୁରୁକୃପା ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। କରିତ୍‍କର୍ମା ହେବେ।

ବିଛା: ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଅର୍ଥାଗମ ହେବାର ସୂଚନା ମିଳୁଛି। ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତିମାନ୍‍ ହେବେ।

ଧନୁ: ମନସ୍କାମନା ପୂରଣ ହେବ। ପୂର୍ବର ଅସୁସ୍ଥତାର ଉପଶମ ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମ୍ମାନିତ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଭାଗ୍ୟବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସଫଳତା ମିଳିବ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାରାଦିନ, ରାତି ସତର୍କତାର ସହ ଚଳିବାକୁ ପଡ଼ିବ। ମନରେ ବ୍ୟାକୁଳତା ଭାବ ଦେଖା ଦେବ। କୁଟିଳ ହୃଦୟଯୁକ୍ତ ହେବେ।

କୁମ୍ଭ: ବନ୍ଧୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସଫଳ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ମିଳିବ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟ ଲାଭ କରିବେ। ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ସୁବିଦ୍ୟାଯୁକ୍ତ ହେବେ। ଦ୍ରବ୍ୟ ଲାଭ ହୋଇପାରେ।

ମୀନ: ବନ୍ଧୁ ସହଯୋଗ ପାଇବେ। ପରଚର୍ଚ୍ଚା କରିପାରନ୍ତି। ବ୍ୟବହାର କୁଶଳତା ଯୋଗୁଁ ଆଦରଣୀୟ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉଚ୍ଚପଦ-ପଦବୀରେ ଆରୁଢ଼ ହୋଇପାରନ୍ତି। ଗୁଣବାନ୍‍, ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button