ଜାତୀୟରାଜ୍ୟ

ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଦେଶରେ ବ୍ୟାପକ ପରିବର୍ତ୍ତନ ହେବ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୧୧/୦୨) : ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଦେଶରେ ବ୍ୟାପକ ପରିବର୍ତ୍ତନ ହେବ ।  କାରଣ ବିଗତ ୫ ବର୍ଷ ମଧ୍ୟରେ, ଉର୍ଜା କ୍ଷେତ୍ରରେ ଦେଶରେ ଅଭୁତପୂର୍ବ ସୁଧାର ଆସିସାରିଛି ବୋଲି ପେଟ୍ରୋଟେକ୍ ୨୦୧୯ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରର ମୋଦି ସରକାର ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଆଣି ନୂତନ ନିବେଶ ଓ ନୂତନ ଜ୍ଞାନକୌଶଳ ବ୍ୟବହାର ପ୍ରକ୍ରିୟାକୁ ସୁଗମ କରିପାରିଛନ୍ତି । ଉଜ୍ଜଳା ଏବଂ ସିଟି ଗ୍ୟାସ ବିତରଣ(ସିଜିଡି) ଭଳି ଯୋଜନା ମାନେ ସ୍ୱଚ୍ଛ ରନ୍ଧନ ଗ୍ୟାସକୁ ସାଧାରଣ ଜନତାଙ୍କ ପାଖରେ ସଫଳ ରୂପେ ପହଂଚାଇ ପାରି ସମଗ୍ର ବିଶ୍ୱରୁ ପ୍ରଶଂସା ପାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।Dharmendra-Pradhan-In-Petro-Conclave-Aajira-Odisha

ନୂଆଦିଲ୍ଲୀ ଠାରେ ପେଟ୍ରୋଟେକ୍ ୨୦୧୯ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଭାରତରେ ନୁହଁ ବରଂ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଜନସାଧାରଣଙ୍କୁ  ସୁଲଭ ଉର୍ଜା, ସ୍ୱଚ୍ଛ ଉର୍ଜା ଏବଂ ସୁନିଶ୍ଚିତ ଉର୍ଜା ପ୍ରଦାନ କରିବାର ଚିନ୍ତନରେ ପେଟ୍ରୋଟେକ୍ ଭଳି ସଂସ୍ଥା ପ୍ରୟାସରତ । ଅଣପାରମ୍ପରିକ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପାଇଁ, ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ  ଦୃଷ୍ଟିକୋଣରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଉର୍ଜାର ପରିମାଣ କମ କାରଣରୁ ଆଫ୍ରିକା ଏବଂ ସାଉଥ ଏସିଆର ଅନେକ ଅଂଚଳର ପ୍ରଗତିରେ ବାଧା ଉପୁଜିଛି । ଉର୍ଜାର କମ ଉପଲବ୍ଧତା ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ସୁରକ୍ଷା, ଲିଙ୍ଗଗତ ସମାନତା, ଜୀବନଜୀବିକା ଏବଂ ଦାରିଦ୍ର‌୍ୟ ଭଳି ସମସ୍ୟା ଉପୁଜିଛି । ବିଗତ ୫ ବର୍ଷ ମଧ୍ୟରେ, ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସୁଧାର ଆଣିଛି । ଏହି ସଂସ୍କାର ଫଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପିତ ଚାରଟି ସ୍ତମ୍ଭ ଯଥା ସୁଲଭ ଭାବେ ଉର୍ଜା ପାଇବା, ଉର୍ଜା ଦକ୍ଷତା, ଦୀର୍ଘମିଆଦୀ  ଉର୍ଜା, ଉର୍ଜାର ସୁରକ୍ଷା ଇତ୍ୟାଦି ଆପଣେଇ ଗରିବରୁ ଗରିବଙ୍କ ପାଖରେ ଉର୍ଜା ପହଂଚେଇବାର ବ୍ୟବସ୍ଥା ଆମକୁ ଏକ ବେଗ ଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ମହତ୍ୱକାଂକ୍ଷୀ ଯୋଜନାମାନ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଉର୍ଜା ନ୍ୟାୟ ଦେବା ସାଙ୍ଗକୁ ବ୍ୟବସାୟୀକ ସୁଯୋଗ ସୃଷ୍ଟି ଜଳବାୟୁ ପରିବର୍ତନ ଓ ସ୍ଥାନୀୟ ପ୍ରଦୂଷଣ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି  ।

Related Articles

Leave a Reply

Your email address will not be published. Required fields are marked *

Back to top button