ବାଣିଜ୍ୟ

ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୫-୨ ନିତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳରେ ବର୍ଷେ ବୃଦ୍ଧି କରାଯାଇଛି। ସୋମବାର ପ୍ରକାଶିତ ଏକ ସରକାରୀ ନିର୍ଦ୍ଦେଶନାମାରେ ଏହା ଘୋଷଣା କରାଯାଇଛି। ସେ ଆସନ୍ତା ବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ନିତି ଆୟୋଗର ସିଇଓ ପଦରେ ରହିବେ। କ୍ୟାବିନେଟ୍‌ର ନିଯୁକ୍ତି କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ୨୦୧୬ ଫେବୃୟାରୀ ୧୭ରେ କାନ୍ତଙ୍କୁ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ସେ ୧୯୮୦ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌ ଅଧିକାରୀ। ନିତି ଆୟୋଗର ସିଇଓ ହେବା ପୂର୍ବରୁ କାନ୍ତ ଶିଳ୍ପନୀତି ଏବଂ ପ୍ରୋତ୍ସାହନ ବିଭାଗ ସଚିବ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button