March 15, 2023

ଓଡିଶାରେ ବଢୁଛି ତାତି : ୧୧ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

1 min read

ଆଓରି-ଭୁବନେଶ୍ଵର(୧୧/୦୫) : ସାରା ଓଡ଼ିଶାରେ ହେଉଛି ଅଗ୍ନିବର୍ଷା । ବାତ୍ୟା ପରେ ତାତିର ପ୍ରକୋପ ବଢିବାରେ ଲାଗିଛି । ମଧ୍ୟାହ୍ନରେ ଘରୁ ବାହାରିଲେ ଦେହରେ ନିଆଁ ହୁଳା ପଡ଼ିଲା ଭଳି ଲାଗୁଛି । ବାତ୍ୟା ପରେ ତତଲା କଡ଼େଇରେ ରହିଲା ଭଳି ଅନୁଭବ ହେଉଛି । ୧୧ଟି ସହରରେ ପାରଦ ୪୧ଡିଗ୍ରି ଟପିଥିବାବେଳେ ପଶ୍ଚିମ ଓଡ଼ିଶାର ତିନିଟି ସହରରେ ପାରଦ ୪୫ଡିଗ୍ରି ଉପରେ ରହିଛି । ଏପରିକି ତିନିଟି ସହରରେ ପାରଦ ୪୪ରୁ ୪୫ଡିଗ୍ରି ଭିତରେ ରହିଛି । ଅସହ୍ୟ ଖରାରେ ପୂରା ରାଜ୍ୟ କଲବଲ ହେଉଥିବାବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ୨୪ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ପାରଦ ୩ରୁ ୫ଡିଗ୍ରି ବଢ଼ିବ। ଏମିତି ହେଲେ ଶନିବାର ପଶ୍ଚିମ ଓଡ଼ିଶାରେ ପାରଦ ୫୦ଡିଗ୍ରି ଛୁଇଁପାରେ। ଏହାକୁ ନଜରରେ ରଖି ପାଣିପାଗ ବିଭାଗ ୧୧ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୫ଡିଗ୍ରି ରେକର୍ଡ ହୋଇଥିବାବେଳେ ସୋନପୁରରେ ୪୫.୪ଡିଗ୍ରି ଏବଂ ସମ୍ବଲପୁରରେ ୪୫.୧ ଡିଗ୍ରି ରେକର୍ଡ ହୋଇଛି। ଯଦି ପାରଦ ୫ଡିଗ୍ରି ବଢ଼େ ତେବେ ଏହି ତିନି ସହରରେ ପାରଦ ୫୦ଡିଗ୍ରି ଛୁଇଁବା ସମ୍ଭାବନା ଅଧିକ। ସେହିପରି ମାଲକାନଗିରିରେ ୪୪.୪ଡିଗ୍ରି, ଝାରସୁଗୁଡ଼ାରେ ୪.୮ଡିଗ୍ରି, ହୀରାକୁଦରେ ୪୪.୧ଡିଗ୍ରି ତାତି ରେକର୍ଡ ହୋଇଥିବାବେଳେ ଏଠାରେ ପାରଦ ୫୦ଡିଗ୍ରି ପାଖାପାଖି ରହିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.