ୟାମାହା ଲଞ୍ଚ କଲା ତିନି ଚକିଆ ବାଇକ୍, ଦର ଶୁଣିଲେ ଉଡ଼ିଯିବ ହୋସ୍
1 min readଆ.ଓ.ରି(ତା୧୯|୫)-ଆପଣ ଦୁଇ ଚକିଆ ବାଇକ୍ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍ ରୂପ ଦେଇଛି ୟାମାହା। ବଜାରକୁ ତିନି ଚକା ବିଶିଷ୍ଟ ବାଇକ୍ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଫ୍ୟୁଚର ବାଇକ୍ ଓ ଏହା ସହ ଜଡିତ ପ୍ରମୁଖ ଟେକ୍ନିକ୍ ଉପରେ ନୂଆ ପରୀକ୍ଷା ନୀରିକ୍ଷା ଚଳାଇଥାଏ।
ଦୀର୍ଘ ଦିନର ଅପେକ୍ଷା ପରେ ଏବେ ୟାମାହା ନିଜର ତିନି ଚକିଆ ବାଇକ୍ ବ୍ରିଟେନ୍ରେ ଲଞ୍ଚ କରିଛି। ତେବେ ସାଧାରଣ ଲୋକ ଏହି ବାଇକ୍ କିଣିପାରିବେ ନାହିଁ। ସେଠାରେ ଏହାର ଦାମ୍ ରହିଛି ପାଖାପାଖି ୧୨.୩୯ ଲକ୍ଷ ଟଙ୍କା। ଭାରତ ବଜାରକୁ ଏହା ଏପର୍ଯ୍ୟନ୍ତ ଆସି ନାହିଁ। ୩ ଚକ ବିଶିଷ୍ଟ ଏହି ସ୍ପୋର୍ଟସ୍ ବାଇକ୍ ଏକ ନୂଆ ଟେକ୍ନିକ୍ରେ ତିଆରି ହୋଇଛି। ଆଉ ଖୁବ୍ ଆକର୍ଷଣୀୟ ଦେଖାଯାଉଛି।
ବାଇକ୍ର ବୈଶିଷ୍ଟ – ଏଲ୍ଏମ୍ଡବ୍ଲ୍ୟୁ ଟେକ୍ନିକ୍ ଦ୍ୱାରା ବାଇକ୍କୁ ଗ୍ରିପ୍ ମିଳିଥାଏ ଏବଂ ହାଇସ୍ପିଡ୍ରେ ଟର୍ଣ୍ଣ କଲେ ମଧ୍ୟ ଚାଳକ ନିଜର ବାଲାନ୍ସ ହରାଇନଥାଏ।
ୟାମାହାର ଏହି ବାଇକ୍ଟି ୟାମାହା MT-09 ମଡେଲ୍ ଉପରେ ଆଧାରିତ ଅଟେ। ଏଥିରେ ୩ଟି ସିଲିଣ୍ଡର ଏବଂ ୮୪୭ସିସି ଇଂଜିନ୍ ସହ ବାଇକ୍ର ଓଜନ ୨୬୨ କିଲୋଗ୍ରାମ ରହିଛି।