‘ୟଶ’ର ଲ୍ୟାଣ୍ଡଫଲ ଆରମ୍ଭ
1 min read
ଆଓରି-ଭୁବନେଶ୍ଵର(୨୬/୦୫) :‘ୟଶ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିଛି। ଉଚ୍ଚା ଜୁଆର ଉଠୁଛି।ସକାଳ ୯ଟା ବେଳେ ଧାମରାଠାରେ ଆରମ୍ଭ ହୋଇଛି ବାତ୍ୟା ୟଶର ଲ୍ୟାଣ୍ଡଫଲ ପ୍ରକ୍ରୟା । ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ୧୩୦ରୁ ୧୪୦ କିମି ବେଗରେ ପବନ ବହୁଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିବ। ବର୍ତ୍ତମାନ ୟଶ ବାଲେଶ୍ୱରଠାରୁ ୫୦ କିମି ଦୂରରେ ରହିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି।