May 26, 2022

ବ୍ଲାକ୍‌ରେ ବିକ୍ରି ହେଲା ହକି ଉଦ୍‌ଘାଟନୀ ମ୍ୟାଚର ଟିକେଟ୍

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୮/୧୧) : ବ୍ଲାକ୍‌ରେ ବିକ୍ରି ହେଲା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ଉଦ୍‌ଘାଟନୀ ମ୍ୟାଚର ଟିକେଟ୍ । ତାହା ପୁଣି ଖୋଦ୍ ହକି ଅଫିସିଆଲ୍‌ କାଉଣ୍ଟରରୁ । ଆଉ ବ୍ଲାକ୍‌ରେ ବିକ୍ରି କରୁଛନ୍ତି ଖୋଦ୍‌ ହକି କର୍ମଚାରୀ । କହୁଛନ୍ତି, ୪୦୦୦ ଟଙ୍କା ନେଇ ପୋଖରୀପୁଟ ଛକକୁ ଆସିବ ଆଉ ଟିକେଟ୍ ନେଇଯିବ ।

ହକି କ୍ରେଜ୍‌କୁ ନେଇ ଶାହାରୁଖ, ମାଧୁରୀ ଓ ରେହେମାନଙ୍କ ଫ୍ୟାନ୍ସମାନେ ଖଣ୍ଡିଏ ଟିକେଟ ପାଇଁ ଏକ ମାସ ହେଲା ଅପେକ୍ଷା କରି ନିରାଶ ହୋଇଥିବା ବେଳେ ଗତକାଲି ଖୁଲମଖୁଳା ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ କଳା ବଜାରୀ ହୋଇଥିଲା । କିଏ ୧୦ ହଜାର କହୁଥିଲା ତ କିଏ କହୁଥିଲା ୫ ହଜାର । ଆଉ ଆମର ହସ୍ତଗତ ହୋଇଥିବା ଏକ ଭିଡିଓରେ ଷ୍ଟାଡ଼ିୟମ କାଉଣ୍ଟର ଭିତରୁ ୪ ହଜାର ଟଙ୍କା ଦେଲେ ଟିକେଟ ମିଳିବ ବୋଲି କର୍ମଚାରୀ ଜଣକ କହୁଥିବା ସ୍ପଷ୍ଟ ଶୁଣାଯାଉଛି । ଉଦ୍‌ଘାଟନୀ ମ୍ୟାଚ୍‌ର ସଫଳତାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ହକି ମ୍ୟାଚ୍‌ର ଟିକଟ କଳାବଜାରୀକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.