March 21, 2023

ଆମକୁ  ମିଳିମିଶି ଦେଶର ବିକାଶ ପାଇଁ କାମ କରିବାକୁ ହେବ ; ନରେନ୍ଦ୍ର ମୋଦି

1 min read
PM-Narendra-Modi-Namo-App-Aajira-Odisha

ଆଓରି-ନୂଆଦିଲ୍ଲୀ(୨୮/୦୨) : ନମୋ ଆପ୍ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ସମ୍ୱୋଧନ କରିଛନ୍ତି । ଲକ୍ଷ୍ନୌରୁ ପ୍ରଧାନମନ୍ତ୍ରୀ  ମୋଦି ଉଦବୋଧନ  ଦେଇ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ସୈନ୍ୟ ଭଳି ପ୍ରସ୍ତୁତ ରହିବାକୁ ହେବ ।

ପ୍ରଧାନମନ୍ତ୍ରୀ  ମୋଦି ନାମୋ ଆପ୍ ଜରିଆରେ ଲାଇଭ୍ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ଆମର ପରୀକ୍ଷା ଦେବାର ସମୟ ଆସିଯାଇଛି । ଆମକୁ ପ୍ରସ୍ତୁତ ରହିବାତ ହେବ । ଆମ ବିକାଶକୁ ରୋକିବାକୁ ଶତ୍ରୁ ଷଡଯନ୍ତ୍ର କରୁଛି । ଆମକୁ  ମିଳିମିଶି ଦେଶର ବିକାଶ ପାଇଁ କାମ କରିବାକୁ ହେବ ।

ମୋଦି ପୁଣି କହିଛନ୍ତି ପୁଲଓ୍ୱାମାକୁ ନେଇ ସାରା ଦେଶ ଏକାଠି ହୋଇଛି । ନୂଆ ରୀତି ନୀତିରେ ଦେଶ ଆଗକୁ ବଢୁଛି । ନୂଆ ଭାରତର ସଂକଳ୍ପ ପୁରା ହେବାକୁ ଯାଉଛି । ବୈଭବଶାଳୀ ଏବଂ ମଜବୁତ୍ ଭାରତ ସାମ୍ନାରେ ଦେଖାଯାଉଛି । ସାରା ଦେଶ ଆଜି ଯବାନଙ୍କ ସହ ଅଛି । ଭାରତୀୟ ସେନାଙ୍କୁ ନେଇ ମୁଁ ଗର୍ବିତ । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଶତ୍ରୁ ଚେଷ୍ଟା କରୁଛି । ଆମେ ପରାକ୍ରମୀ ଭାରତୀୟ । ଏଣୁ ଆମ ସମସ୍ତଙ୍କୁ ଏକାଠି ହୋଇ ସୈନ୍ୟ ଭଳି ପ୍ରସ୍ତୁତ ରହିବାକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର ଯୁବପିଢି ଆଜି ଉତ୍ସାହିତ । ଯୁବପିଢିଙ୍କ ମଧ୍ୟରେ ବିଶ୍ୱାସ ଭରି ରହିଛି । ସମସ୍ତଙ୍କୁ ବିଶ୍ୱାସ ରହିଛି ଅସମ୍ଭବ ଏବେ ସମ୍ଭବ ହେବ । ନ୍ୟୁ ଇଣ୍ଡିଆର ନିର୍ମାଣ ପାଇଁ ନୂଆ ପ୍ରୟାସ ଦରକାର । ଏଣୁ ଆମେ ଏକାଠି ହୋଇ, ଗୋଟିଏ ସୂତାରେ ବାନ୍ଧି ହୋଇ ଭାରତମାତାଙ୍କ ଚରଣରେ ମଜବୁତ ମାଳା ଦେବାକୁ ହେବ । ଆମେ  ଏକାଠି ଲଢିବା, ଏକାଠି ଜିତିବା ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.