କର୍ଣ୍ଣାଟକ ନୂତନ ବାଚସ୍ପତି ଭାବରେ ମନୋନୀତ ହେଲେ ବିଶ୍ଵେଶ୍ଵର ହେଗଡେ
1 min read
ଆଓରି-ନୂଆଦିଲ୍ଲୀ(୩୧/୦୭): କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପରେ ବିଧାନସଭାର ବାଚସ୍ପତି ପଦରୁ କେ.ଆର. ରମେଶ କୁମାର ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ବିଧାୟକ ବିଶ୍ଵେଶ୍ଵର ହେଗଡେ କାଗେରିଙ୍କୁ ନୂଆ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ବାଚସ୍ପତି ପଦବୀ ପାଇଁ ବିଶ୍ଵେଶ୍ଵର ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତେଣୁ ସେ ହିଁ ବାଚସ୍ପତି ହେବା ଏକପ୍ରକାର ସ୍ଥିର ହୋଇଛି। ଆସନ୍ତା ଗୁରୁବାର ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ବିଶ୍ଵେଶ୍ଵର ମୋଟ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି।