ହରିୟାଣା ବିଜେପି ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବିରେନ୍ଦ୍ର ସେହଓ୍ୱାଗ୍
1 min read
ଆଓରି-ନୂଆଦିଲ୍ଲୀ(୦୭/୦୨) : ରାଜନୀତି ମଇଦାନକୁ ଓହ୍ଲାଇବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ୱାଗ୍ । ସେହଓ୍ୱାଗ୍ ରାଜନୀତି ପିଚ୍ରେ ବହୁତ ଶୀଘ୍ର ମ୍ୟାଚ୍ ଖେଳିବା ଆରମ୍ଭ କରିବାକୁ ଯାଉଛନ୍ତି । ସେ ବିଜେପି ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନରେ ହରିୟାଣାରୁ ଲଢିବେ ବୋଲି ବୋଲି ସୂଚନା ମିଳିଛି । ରୋହତକ ଆସନରୁ ସେହଓ୍ୱାଗ୍ ବିଜେପି ଟିକେଟରେ ଲଢିବେ ବୋଲି ଜଣାପଡ଼ିଛି ।
୨୦୧୯ ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପିର କୋର କମିଟି ବୈଠକରେ ସାମିଲ ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି କି, ରୋହତକ ଆସନରେ କଂଗ୍ରେସର ବରିଷ୍ଠ ନେତା ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଟକ୍କର ଦେବା ପାଇଁ ସେହଓ୍ୱାଗ୍ଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ସେହଓ୍ୱାଗଙ୍କ ପାର୍ଥୀତ୍ୱ ଚର୍ଚ୍ଚାକୁ ସବୁଜ ସଙ୍କେତ ଦେଇ ନାହାନ୍ତି । ସେ କହିଛନ୍ତି ସେହଓ୍ୱାଗ୍ ଏପର୍ଯ୍ୟନ୍ତ ଦଳରେ ସାମିଲ ହୋଇନାହାଁନ୍ତି ।