April 20, 2024

ସେବାୟତ-ପୁଲିସ ମୁହାଁମୁହିଁ ; ମହାପ୍ରଭୁଙ୍କ ନୀତିରେ ବିଳମ୍ବ

1 min read
Violence-In-Jagannath-Temple-Aajira-Odisha

ଆଓରି-ଭୁବନେଶ୍ଵର(୨୮/୧୨) : ପୁରୀରେ ସେବାୟତ-ପୁଲିସ ମୁହାଁମୁହିଁ ଘଟଣା ଏବେ ତୀବ୍ର ଆକାର ଧାରଣ କରିଛି । ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିଜ ଜିଦରେ ଅଟଳ ଅଛନ୍ତି ସେବାୟତ । ଏପରିକି ଆଜି ଶ୍ରୀମନ୍ଦିରର ଭିତର ଦ୍ୱାରକୁ ବି ବନ୍ଦ କରି ରଖିଥିବାରୁ ଏ ଯାଏଁ ଖୋଲିପାରିନି ମନ୍ଦିର । ଫଳରେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ରହିଛନ୍ତି ଓପାସ ।

ଅନ୍ୟପଟେ, ଅଚଳାବସ୍ଥା ଦୂର ପାଇଁ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ବିଫଳ ହୋଇଛି । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେବାୟତ ନିଜ ବିବେକ ଅନୁସାରେ କାମ କରନ୍ତୁ । ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲି ନ ଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବ୍ୟାରିକେଡ ଭାଙ୍ଗି ଧଷେଇ ପଶିଛନ୍ତି, ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ମିଳିଥିବା ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି। ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି ।

ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ । ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡି ନ ଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.