March 27, 2023

ତାରାଙ୍କ ମନ୍ତବ୍ୟର ଜବାବ ଦେଲେ ବିଜୟ ମହାପାତ୍ର ; ପାଟକୁରାରେ ହେବ ସ୍ଵାଭିମାନର ଲଢ଼େଇ

1 min read

ଆଓରି-ଭୁବନେଶ୍ଵର(୦୮/୦୭) : ପାଟକୁରା ବିଧାନସଭା ନିର୍ବାଚନକୁ ନେଇ ବିଜେଡି-ଭାଜପା ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟର ଜବାବ ରଖିଛନ୍ତି ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର। ପାଟକୁରାରେ ସ୍ଵାଭିମାନର ଲଢ଼େଇ ହେଉଛି ବୋଲି ସେ କହିଛନ୍ତି। ବିଜେଡି ତା’ ବାଟରେ ଲଢ଼ୁଛି। ଭାଜପା ମଧ୍ୟ ତା’ ବାଟରେ ଲଢ଼ୁଛି। ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ, ତାରା ଏଭଳି କହୁଛନ୍ତି। କୌଣସି ବିଧାନସଭା ନିର୍ବାଚନରେ ଫିକ୍ସିଂ ହୁଏ କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସେହିଭଳି ବିଜେଡି ଯେପରି ରାଜ୍ୟ ସଭାରେ ଭାଜପାକୁ ସମର୍ଥନ କଲା ସେଭଳି ପାଟକୁରାରେ କରୁ ବୋଲି ସେ ମଧ୍ୟ କହିଛନ୍ତି।

ପ୍ରକାଶଯୋଗ୍ୟ, ପାଟକୁରାରେ ବିଜେଡି-ଭାଜପା ଫ୍ରେଣ୍ଡଲି ଲଢ଼ୁଛନ୍ତି ବୋଲି ତାରା କହିଛନ୍ତି। ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଛି। ସେଠାରେ ଏବେ ଡ୍ରାମା ଚାଲିଛି। ଭାଜପା ପ୍ରାର୍ଥୀ କରିଥିବା ବିଜୟ ମହାପାତ୍ର ବିଧାନସଭା ନ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି। ସାଧାରଣ ନିର୍ବାଚନରେ ଉଭୟ ପରସ୍ପର ବିରୋଧରେ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା ବୋଲି ତାରା କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.