ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରିଥିବା ୫ ପାଇଲଟ୍ଙ୍କୁ ମେଡାଲ୍ ପ୍ରଦାନ
1 min read
ଆଓରି-ନୂଆଦିଲ୍ଲୀ(୧୪/୦୮) : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରିଥିବା ୫ ପାଇଲଟ୍ଙ୍କୁ ବାୟୁସେନା ମେଡାଲ୍ ପ୍ରଦାନ କରାଯିବ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ। ସେମାନେ ମିରାଜ୍-୨୦୦୦ ଯୁଦ୍ଧ ବିମାନର ପାଇଲଟ୍। ସେମାନଙ୍କ ମଧ୍ୟରେ ୱିଙ୍ଗ୍ କମାଣ୍ଡର ଅମିତ୍ ରଞ୍ଜନ୍, ସ୍କ୍ୱାଡ୍ରନ୍ ଲିଡ୍ର ରାହୁଲ ବସୋୟା, ପଙ୍କଜ ଭୁଜ୍ଡେ, ବି.କେ.ଏନ୍.ରେଡ୍ଡୀ ଓ ଶଶାଙ୍କ ସିଂଙ୍କୁ ଏହି ମେଡାଲ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୪ରେ ଆତଙ୍କବାଦୀ ମାନେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସେନାଙ୍କ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏହାର ଜବାବରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହିସବୁ ଅଧିକାରୀ ମିରାଜ ୨୦୦୦ଲଡାକୁ ବିମାନର ପାଇଲଟ । ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପ ଉପରେ ଆକ୍ରମଣ କରି ଧ୍ଵଂସ କରି ଦେଇଥିଲା।