March 24, 2023

କଂଗ୍ରେସ ଛାଡିଲେ ଉର୍ମିଳା ମାତୋଣ୍ଡକର

1 min read
Urmila Matondkar Quits Congress-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୯) : ନିକଟରେ କଂଗ୍ରେସରେ ସାମିଲ ହୋଇ ନିର୍ବାଚନ ଲଢିଥିବା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହିତ ସେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ଯେ, ମୁମ୍ବଇ କଂଗ୍ରେସ ବୃହତ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ତାଙ୍କୁ ବ୍ୟବହାର କରି ରାଜନୀତି କରୁଛି। ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ଉର୍ମିଳା କଂଗ୍ରେସ ପ୍ରାର୍ଥୀ ଭାବେ ଉତ୍ତର ମୁମ୍ବଇ ଆସନରୁ ଲଢିଥିଲେ ଓ ବିଜେପିର ଗୋପାଳ ଶେଟ୍ଟୀଙ୍କଠାରୁ ୪.୬ ଲକ୍ଷ ଭୋଟରେ ପରାସ୍ତ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.