April 19, 2024

ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ବ୍ରହ୍ମପୁର ଆସୁଛନ୍ତି ଯୋଗୀ ଅଦିତ୍ୟନାଥ

1 min read

ଆଓରି-ଭୁବନେଶ୍ଵର(୦୫/୦୪) : ଆସନ୍ତାକାଲି ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ । ବିବେକ ବିହାର ସଭାସ୍ଥଳରେ ନିର୍ବାଚନୀ ସଭାରେ ଯୋଗଦେବେ ଯୋଗୀ । ଏହା ସମାବେଶରେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପାଖାପାଖି ୫୦ହଜାର ଜନସମାଗମ ହେବାର ବିଜେପି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି ।

ଓଡିଶାରେ ମିଶନ ୧୨୦ ପ୍ଲସକୁ ସଫଳ କରିବା ପାଇଁ ଓଡିଶାକୁ ଗୋଟିଏ ପରେ ଗୋଟିଏ ଷ୍ଟାର ପ୍ରଚାରକୁ ଆଗମନ ହେଉଛି । ମୋଦିଙ୍କ ପରେ ଏବେ ଯୋଗୀଙ୍କ ପାଳି । ପ୍ରଧାନମନ୍ତ୍ରୀ ମୋଦି ଜୟପୁରର ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ଏବେ ଆସିବେ ଯୋଗୀ । ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ଲୋକଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଗାଥା ବଖାଣିବା ଯୋଗୀ ।

ଜୟପୁରରୁ ଏକ ରୋଡ ସୋ’ କରି ବୋରିଗୁମ୍ମା ଯିବେ ଯୋଗୀ । ଏଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ଯୋଗୀ । ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଶା ଆସିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.