April 2, 2023

ଆଜି ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ

1 min read
East-coast-railway

ଆଓରି-ଭୁବନେଶ୍ଵର(୨୪/୦୮) : ଓଡ଼ିଶାରେ ଥିବା ସମସ୍ତ ରେଳ ଷ୍ଟେସନରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରୀମାନେ ଓଡ଼ିଆ ଭାଷା ଲିଖିତ ଟ୍ରେନ ଟିକେଟ କ୍ରୟ କରିପାରିବେ। ଆଜିଠାରୁ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ(ୟୁଟିଏସ୍) ପ୍ରଚଳନ ହେବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ଏଥିସହ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ପୂର୍ବରୁ ଏହି ଟ୍ରେନ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ସହିତ ଭୁବନେଶ୍ୱର ଓ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା। ରାୟଗଡ଼ାଠାରୁ ଅଲଗା ହୋଇ ପୃଥକ ପୃଥକ ଭାବେ ଜଗଦଲପୁର ଓ ଜୁନାଗଡ଼ ରୋଡ଼ ଯାତ୍ରା କରୁଥିଲା। ପୂର୍ବତଟ ରେଳପଥ ମୁଖ୍ୟାଳୟ ତଥା ରେଳସଦନଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡିଓ କନଫରେନସିଂ ମାଧ୍ୟମରେ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିବେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହିବେ। ଜୁନାଗଡ଼ ରୋଡ଼ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସାଂସଦ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.