March 26, 2023

୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ ବ୍ୟବସ୍ଥା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୩/୦୫) : ପୁଣି କେନ୍ଦ୍ର ଓଡ଼ିଶାର ଦୁଃଖ ବେଳେ କଲା ସହାୟତା । ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କାଳ ବିଳମ୍ୱ ନକରି ପୁରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଫୋନି ବାତ୍ୟା ପ୍ରଭାବିତ ପରିବାରମାନଙ୍କ ପାଇଁ ମାଗଣାରେ ହଜାରେ କିଲୋଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥା କରିଛନ୍ତି । ଏ ସମ୍ୱନ୍ଧରେ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୧ ହଜାର କିଲୋଲିଟର କିରୋସିନ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ ୧ ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହସିଲକୁ ଯୋଗାଇ ଦେବ ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ୧ ହଜାର କିଲୋଲିଟର କିରୋସିନ ପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବା ସହ ତାଙ୍କ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ୧ ହଜାର କିଲୋଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି ।

ସେହିପରି ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଉପଲବ୍ଧ କରାଯାଇଛି । ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଅଧୀନରେ ଥିବା ରାଷ୍ଟାୟତ ଉଦ୍ୟୋଗ ଗୁଡିକ ବାତ୍ୟା ପ୍ରଭାବିତ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି  ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.