ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୧୪ରେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୩୦/୦୯) : ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ୨୦୧୯ରେ ଦେଶର ମୋଟ ୧୦୦ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଇଣ୍ଡିଆନ୍ ଏକ୍ସପ୍ରସ୍ । ତେବେ ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନ ୧୪ରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ୩୯ରେ ରହିଛି ।
ତେବେ ଏହି ତାଲିକାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ବିଜେପି ଓ ଆର୍ଏସ୍ଏସ୍ ନେତାଙ୍କ ନାଁ ଅଧିକ ରହିଥିବା ବେଳେ ବାହାର ଲୋକଙ୍କ ଭାବେ କେବଳ ମୁଖ୍ୟ ନାୟଧିଶ ରଞ୍ଜନ ଗୋଗୋଇ ଏବଂ ରିଲାଏନ୍ସ ଗ୍ରୁପ୍ ମୁଖ୍ୟ ମୁକେଶ ଅମ୍ବାନୀ ଅଛନ୍ତି ।
୨୦୧୯ନିର୍ବାଚନ ଜିତିବା ପରେ ବିଜେପିର ଶକ୍ତି ଆହୁରି ମଜଭୁତ୍ ହୋଇଯାଇଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏହି ସର୍ଭେରୁ ଏହା ସ୍ପଷ୍ଟ ହୋଇଯାଇଛି । ବିଜେପି ୨୦୧୯ସାଧାରଣ ନିର୍ବାଚନରେ ୩୦୩ସିଟ୍ରେ ବିଜୟ ହାସଲ କରିବା ପରେ ଦେଶକୁ ଏକ ନୂଆ ଦିଗ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକୁ ନୂଆରୂପ ଦେବାରେ ଲାଗିଛି ବିଜେପି ସରକାର । ୨୦୧୯ର ଜନାଦେଶ ଏହାର ସ୍ପଷ୍ଟ ବାର୍ତ୍ତା ଥିଲା ।
ତେବେ ୧୦ଜଣଙ୍କ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦ୍ୱିତୀୟରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ତୃତୀୟରେ ମୁଖ୍ୟ ନାୟଧିଶ ରଞ୍ଜନ ଗୋଗୋଇ ଚତୁର୍ଥରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ, ପଞ୍ଚମରେ ରିଲାଏନ୍ସ କମ୍ପାନୀ ମୁକ୍ୟ ମୁକେଶ ଅମ୍ବାନୀ, ଷଷ୍ଠରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସପ୍ତମରେ ଅଜିତ୍ ଡୋଭାଲ, ଅଷ୍ଟମରେ ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ, ନବମରେ କେନ୍ଦ୍ର ପରିବହନମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଦଶମରେ ରହିଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ରହିଛନ୍ତି ।
ସେହିପରି ମୋଦିଙ୍କ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ନମ୍ବର ସ୍ଥାନରେ ରହିଛନ୍ତି । ତେବେ ୨୦୧୮ରେ ନବୀନ ଦେଶର ଏହି ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ୩୦ନମ୍ବର ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ତାଙ୍କର ଶକ୍ତି ହ୍ରାସ ଘଟିଥିବା ଜଣାପଡ଼ିଛି । ଖାଲି ନବୀନ ନୁହଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ସମାଜବାଦୀ ପାର୍ଟି ମାୟାବତୀଙ୍କ ସ୍ଥାନ ମଧ୍ୟ ତାଲିକାରେ ତଳକୁ ଖସିଛି । ୨୦୧୮ରେ ମମତା ୬ନମ୍ବର ସ୍ଥାନରେ ରହିଥିବା ବେଳେ ଏବେ ୨୧ନମ୍ବର ସ୍ଥାନରେ ରହିଛନ୍ତି