ଓଡିଶାରେ ପୁନଃନିର୍ମାଣ କାର୍ଯ୍ୟର ସଂଯୋଜନା କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୭/୦୫) : ସାଧାରଣ ନିର୍ବାଚନ ସରିବା ପରେ ଓଡିଶାରେ ତାଣ୍ଡବ ରଚିଲା ପ୍ରଳୟଙ୍କାରୀ ବାତ୍ୟା ଫୋନି । ଚାରିଆଡେ ହାହାକାର । ପାଣି ଓ ବିଜୁଳି ସମସ୍ୟାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ଜର୍ଜରିତ ।
ସାଧାରଣ ଜନତା କେଉଁଠି ରାସ୍ତାରୋକ କରୁଛନ୍ତି ତ କେଉଁଠି ପ୍ରତିବାଦ କରୁଛନ୍ତି । ଏପରି ସମୟରେ ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ଦେଖିବାକୁ ମିଳିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବହୁ ଅଞ୍ଚଳ ବୁଲିବା ସହ ଲୋକଙ୍କ ସହ ସିଧାସିଧା କଥା ହୋଇଥିଲେ ଧର୍ମେନ୍ଦ୍ର । ଆଉ ପଚାରି ବୁଝିଥିଲେ ସେମାନଙ୍କ ସୁବିଧା ଅସୁବିଧା ।
ରାଜ୍ୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଏଜେନ୍ସି ସହ ନିଜର ପେଟ୍ରୋଲିୟମ ବିଭାଗ ହେଉ ଅଥବା ଟେଲିକମ୍ , ନ୍ୟାସନାଲ ହାଇୱେ, କେନ୍ଦ୍ରର ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ଉଦ୍ୟୋଗ ସହ ଓଡିଶାରେ ପୁନଃନିର୍ମାଣ କାର୍ଯ୍ୟର କରିଥିଲେ ସଂଯୋଜନା ।
ପ୍ରଧାନମନ୍ତ୍ରୀଙ୍କ ସହ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତଙ୍କ ଦୁଃଖ ଦୁର୍ଦ୍ଦଶା ବୁଝାଇବା ସହ ଓଡିଶାକୁ ଅଧିକ କେନ୍ଦ୍ରୀୟ ସହାୟତା ପାଇଁ ଶ୍ରୀ ପ୍ରଧାନ ନେଇଥିଲେ ବଡ ଭୂମିକା ।