April 19, 2024

ଉଜ୍ଜଳା ସାନିଟାରା ନାପକିନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୩୦/୧୨) : କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଜ୍ଜଳା ସାନିଟାରା ନାପକିନର ଶୁଭାରମ୍ଭ କରିଛନ୍ତି । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନିମାନଙ୍କ ଏକ ସିଏସଆର କାର୍ଯ୍ୟକ୍ରମ ରୂପେ ଏହାକୁ ଆରମ୍ଭ କରାଯାଇଛି ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୧୦୦ଟି ଉଜ୍ଜଳା ସାନିଟାରୀ ନାପ୍‌କିନ୍‌ ପ୍ରସ୍ତୁତି ଓ ବିପଣନ କେନ୍ଦ୍ର ଶୁଭାରମ୍ଭ କରାଯିବ ।  ମହିଳମାନଙ୍କୁ ନିଜର ରୋଜଗାର ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ ଉଜ୍ଜଳା ସାନିଟାରୀ ନାପ୍‌କିନ୍‌Sanitary-Napkins-Yojna-Start-Aajira-Odisha ପ୍ରସ୍ତୁତି ଓ ବିପଣନ ଯୋଜନା ମାଧ୍ୟମରେ ପ୍ରତି କେନ୍ଦ୍ରରେ ଅନ୍ୟୁନ ୧୦ଟି ପରିବାର ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯିବାର ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି  ।

ରାଜ୍ୟରେ ମହିଳାମାନଙ୍କର ମାସିକ ଧର୍ମର ସ୍ୱଚ୍ଛତା କ୍ଷେତ୍ରରେ ଏହି ସ୍ଥିତିକୁ ସୁଧାରିବା ପାଇଁ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଅନ୍ତର୍ଗତ ୯୩ଟି ବ୍ଲକ୍‌ରେ ଜନ ସେବାକେନ୍ଦ୍ର (ସିଏସ୍‌ସି) ଗୁଡ଼ିକରେ ଉଜ୍ଜ୍ୱଳା ସାନିଟାରି ନାପକ୍‌କିନ୍‌ ଉପକ୍ରମ ଅଧିନରେ ୨.୯୪ କୋଟି ଟଙ୍କା ମୂଲ୍ୟରେ ୧୦୦ ଟି ଆଂଚଳିକ ପ୍ରସ୍ତୁତି କେନ୍ଦ୍ରସ୍ଥାପନ କରାଯିବ । ପ୍ୟାଡ୍‌ଗୁଡ଼ିକ ଉପଭୋକ୍ତାଙ୍କ ପାଇଁ ପ୍ୟାକ୍‌ କରାଯିବା ପୂର୍ବରୁ ଜୀବାଣୁମୁକ୍ତ ଥିବାର ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଜୀବାଣୁ ନାଶକ ଉପଚାର ଗୃହ ଉପଲବ୍ଧ ପ୍ରତ୍ୟେକ ସଂସ୍ଥା ଦୈନିକ ୧୨୦୦-୨୦୦୦ ପ୍ୟାଡ୍‌ ଉତ୍ପାଦନକ୍ଷମ ହେବେ । ୪୫-୫୦ ହଜାର ପ୍ୟାଡ୍‌ ଉତ୍ପାଦନ ପାଇଁ ପ୍ରତ୍ୟେକ ସଂସ୍ଥାରେ ପ୍ରର୍ଯ୍ୟାପ୍ତ କଞ୍ଚାମାଲ୍‌ ଅଗ୍ରୀମ ଭାବେ ଉପଲବ୍ଧ। ୮ଟି ପ୍ୟାଡ୍‌ ଥାଇ ପ୍ରତି ପ୍ୟାକେଟ୍‌ର ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ସିଏସ୍‌ଆର ଉପକ୍ରମର ଉଦ୍ଦେଶ୍ୟ ସାଧନ ପାଇଁ ଉଜ୍ଜ୍ୱଳା ପ୍ୟାଡ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଖାପାଖି ୬୦୦ ଜଣ ଉଜ୍ଜ୍ୱଳାର ମହିଳା ହିତାଧିକାରୀଙ୍କୁ ନିଯୁକ୍ତି  ଦେବେଏବଂ ପ୍ରତି ସଂସ୍ଥା ୫-୬ ଜଣ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ। ଏହି ସିଏସ୍‌ସିଗୁଡ଼ିକ ଏକ ତାଲିମ୍‌ ପାଠ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ ।

ଆଜି ଭୁବନେଶ୍ୱରସ୍ଥିତ ରେଲ୍‌ୱେ ଅଡିଟୋରିଅମ୍‌ଠାରେ ‘ଉଜ୍ଜ୍ୱଳା ସାନିଟାରି ନାପ୍‌କିନ୍‌‘ର ଶୁଭାରମ୍ଭ ଅବସରରେ ତପନ କୁମାର ଚାନ୍ଦ, ସିଏମ୍‌ଡ଼ି, ନାଲ୍‌କୋ, ସ୍ୱର୍ଣ୍ଣପ୍ରଭା ସିଂ, ସିଏସ୍‌ସି, ଓଡିଶା ମୁଖ୍ୟ, ସଂଜୟ ଝା, ଜିଏମ (ଏଲପିଜି), ଆଇଓସିଏଲ୍‌, ସଂଜୟ ଶର୍ମା, ରାଜ୍ୟମୁଖ୍ୟ (ଏଲପିଜି), ବିପିସିଏଲ, ଓଡିଶା ଏବଂ ଝାଡ଼ଖଣ୍ଡ,ଧର୍ମେନ୍ଦ୍ର ବେହୁରା, ଡିଜିଏମ୍‌ (ଏଲ୍‌ପିଜି), ଏଚ୍‌ପିସିଏଲ୍‌, ଲୋକପ୍ରିୟ ଓଡ଼ିଆ ସିନେ କଳାକାର ମହେଶ୍ୱତା ରାୟ,  ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.