ଓଡ଼ିଶାରେ “ମୋ ଘର ବିଜେପି ପରିବାର” କାର୍ଯ୍ୟକ୍ରମ ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି-ଭୁବନେଶ୍ଵର(୧୮/୦୨) : ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ଆରମ୍ଭ କରିଛି ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ । ଦେଶର ପ୍ରାୟ ୫କୋଟି ବିଜେପି କର୍ମୀ ଏବଂ ସମର୍ଥକ ନିଜ ଘରେ ବିଜେପି ପତାକା ଏବଂ ଚିହ୍ନ ଲଗାଇବାର କ୍ୟାମ୍ପେନ ହେଉଛି ‘ମୋ ଘର ବିଜେପି ପରିବାର’ ।
ସେହିପରି ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରାଯାଇଛି । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଏହାକୁ ଟ୍ୱିଟରରେ ଅପଲୋଡ କରିପାରିବେ । ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବିଜେପିର କାର୍ଯ୍ୟକର୍ତ୍ତା ଆଗକୁ ନେବା ପାଇଁ ସଂକଳ୍ପ ମଧ୍ୟ ନେଇଛନ୍ତି ।
ଏହାସହ ବିଜେପି ସମର୍ଥକମାନେ ମଧ୍ୟ ଏହି କ୍ୟାମ୍ପେନ୍ରେ ଯୋଗ ଦେବା ସହ ନିଜ ଘର ସାମ୍ନାରେ ପତାକା ଲଗାଇ #MeraParivarBhajapaParivar ବୋଲି ଲେଖି ସୋସିଆଲ ମିଡିଆରେ ଶେୟାର କିପାରିବେ ବୋଲି ମଧ୍ୟ କୁହାଯାଇଛି ।