୧୯ ବର୍ଷ ଶାସନରେ ଥିବା ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଗାମୀ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଛି । ସବୁ ରାଜନୈତିକ ଦଳ ନିଜ ନିଜର କସରତ ଜାରି ରଖିଛନ୍ତି । ତରବରିଆ ଭାବେ କିଏ କାହାର ଷ୍ଟ୍ରାଟେଜି କପି କରୁଛି ମଧ୍ୟ । ଯେମିତି ବିଜେପି ଜବାବ ମାଗୁଛି ଓଡ଼ିଶାକୁ ବିଜେଡି କପି କରି କରିଛି ହକ୍ ମାଗୁଛି ଓଡ଼ିଶା । ସେ ଯାହା ହେଉ ନା କହିଁକି ବିଜେପି ପକ୍ଷରୁ ରାଜ୍ୟ ବ୍ୟାପି ବିଜୟ ସଂକଳ୍ପ ସମାବେଶ କରାଯାଉଛି । ରାଜ୍ୟ ବିଜେପି ନବୀନ ପଟ୍ଟନାୟକ ସରକାରଙ୍କ ବିଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛି । ସେହିଭଳି ଖଲ୍ଲିକୋଟ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ୧୯ ବର୍ଷ ଶାସନରେ ଥିବା ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଏହାସହ ୧୯ ବର୍ଷ ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ଓଡିଶାବାସୀଙ୍କୁ ମୌଳିକ ସେବା ଯୋଗାଇ ପାରିନାହାନ୍ତି । ଓଡିଶାର ୨୦ ଲକ୍ଷ ଲୋକଙ୍କର ଘରଡିହ ନାହିଁ , ୩୦ ଲକ୍ଷ ଲୋକଙ୍କର ପକ୍କା ଘର ନାହିଁ । ରୋଜଗାର କରିବା ପାଇଁ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ବୋଲି କହି ବୁଲୁଛନ୍ତି । ଅଲାଜୁକ ମୁହଁରେ ବ୍ରଣ ହେଲେ ସେ ଛାଇ ପଡୁଛି କହେ ବୋଲି ଖଲ୍ଲିକୋଟ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରିକି ଗରିବ ପରିବାରର ବିକାଶ କଥା ସମସ୍ତେ ଆଖି ବୁଜିଦେଇଥିବା ବେଳେ ଗରିବଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି । କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ଆଜି ନରେନ୍ଦ୍ର ମୋଦିଙ୍କ ହାତରେ ସୁରକ୍ଷିତ ହୋଇରହିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ଅନେକ ସରକାର ଦିଲ୍ଲୀରେ ଶାସନ ଦାୟିତ୍ୱରେ ଥିଲେ । ମାତ୍ର ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ମାଧ୍ୟମରେ ଚାଷୀଙ୍କୁ ବାର୍ଷିକ ସିଧାସଳଖ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା ନରେନ୍ଦ୍ର ମୋଦି କଲେ । ଏହସହ ଭାରତବର୍ଷରେ ଗରିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା କରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଆରମ୍ଭ କଲେ । ପୂର୍ବରୁ କେଉଁ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥା ଭାବି ନଥିବା ବେଳେ ମୋଦି ଏହାର କଳ୍ପନା କେଲେ । ପୂର୍ବ ସରକାରରେ ଓଡିଶାରେ ୨୦ ଲକ୍ଷ ପରିବାରରେ ଏଲପିଜି ଗ୍ୟାସ ସଂଯୋଗ ଥିଲା । ଆଜି ଏହା ବୃଦ୍ଧି ପାଇ ୭୫ ଲକ୍ଷ ପରିବାରରେ ପହଁଚିଲାଣି । ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୦ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି ।
ପାକିସ୍ତାନ ଆତତାୟୀମାନେ ଭାରତୀୟ ସୈନିକ ମାନଙ୍କୁ ପଛପଟରୁ ଆକ୍ରମଣ କରିବା ଫଳରେ ଦେଶର ଦୁଇ ଜଣ ଓଡିଆଙ୍କ ସମେତ ୪୦ ଜଣ ଯବାନ ଶହୀଦ ହେଲେ । ଏହି ଘଟଣା ପରେ ନରେନ୍ଦ୍ର ମୋଦି ଭାରତର ସୈନିକ ଶକ୍ତି ଉପରେ ଦେଶବାସୀଙ୍କ ଭରସା ଅଛି ବୋଲି କହିଲେ ଏବଂ ଶତ୍ରୁ ବିରୋଧରେ ଲଢିବା ପାଇଁ ସୈନିକ ମାନଙ୍କୁ ନିଜସ୍ୱ କ୍ଷମତା ଦେଲେ । ଏହା ପରେ ମଧ୍ୟ ଭାରତର ଦଳେ ଚାଟୁକାର ଭାରତୀୟ ବାୟୁ ସେନାର ଏୟାରଷ୍ଟାଇକ ପରେ ଏହାର ପ୍ରମାଣ ଖୋଜୁଛନ୍ତି । ଏହାବ୍ୟତିତ ଶହୀଦ ଓଡିଆ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଶାସକ ଦଳର ବିଧାୟକ ଅତ୍ୟଧିକ ମଦ ପିଇ ତାଙ୍କୁ ତଂଟିଆ ମାରିଲେ । ଶାସକ ଦଳର ବନ୍ଧୁମାନେ ମଧ୍ୟ ଏହାକରି ବିଶ୍ୱ ଦରବାରରେ ନିନ୍ଦିତ କଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାସହ ଖଲ୍ଲିକୋଟ ଅଂଚଳ ଓଡିଶାର ଅଗ୍ରଣୀ ଅଂଚଳ ଭାବେ ପରିଚିତ । ନରେନ୍ଦ୍ର ମୋଦିଙ୍କ ଶାସନ ଓଡିଶା ଓ ଦେଶରେ ପ୍ରତିଷ୍ଠା ହେବା ଦରକାର । ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।