ସିଏସ୍ ସି-ଭିଏଲ୍ଇ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୧୭/୦୭) : ନୂଆଦିଲ୍ଲୀ ଠାରେ ମଙ୍ଗଳବାର କମନ୍ ସର୍ଭିସ୍ ସେଣ୍ଟର(ସିଏସ୍ସି) ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସ୍ସି ଓମେନ୍ ଭିଲେଜ୍ ଲେଭେଲ୍ ଏଣ୍ଟରପ୍ରିନର୍ସ (ଭିଏଲଇ) କର୍ମଶାଳାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିବା ସହ ଭିଏଲଇ ଦ୍ୱାରା ସେମାନଙ୍କ ଦକ୍ଷତାର କିପରି ଲାଭ ଉଠାଯାଇପାରିବ ତା’ଉପରେ ଆଲୋକପାତ କରିଥିଲେ।
ଭିଏଲଇ ଗ୍ରାମାଂଚଳରେ ଉଦ୍ୟମଶୀଳତାକୁ ଗତି ଦେବା ବିଶେଷତଃ ମହିଳାମାନଙ୍କର ଆତ୍ମବିଶ୍ୱାସକୁ ପରିପ୍ରକାଶ କରିବା ଓ ସେମାନଙ୍କୁ ସଶକ୍ତ ମଧ୍ୟ କରିବ। ଏହା ଗାଁରେ ଅର୍ଥବ୍ୟବସ୍ଥାର ବିକାଶ କରିବା ସହ ସମସ୍ତଙ୍କୁ ସେବା ମଧ୍ୟ ଯୋଗାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସିଏସସି ମାଧ୍ୟମରେ ଏଲପିଜି ଗ୍ୟାସର ପଞ୍ଜିକରଣ ଓ ରିଫିଲ ଭରିବା ଓଡିଶାରୁ ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ମଡେଲ୍ ଏଲପିଜି ବିତରଣ ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିପାରିବ। ଏହାବ୍ୟତିତ ସିଏସସି ଗାଁରେ ରାଜସ୍ୱ ବୃଦ୍ଧି କରିବା ସହ ମହିଳାମାନଙ୍କ ପାଇଁ ଆର୍ଥିକ ଅବସରର ଦ୍ୱାର ଖୋଲିବ ଏବଂ ସେମାନଙ୍କୁ ଉଦ୍ୟମୀ କରିବ। ଏହାସହ ଗାଁରେ ଏସଏଚଜି ପରମ୍ପରାକୁ ଉତଥାନ କରିବା ପାଇଁ ପ୍ରତ୍ସାହିତ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦେଶରେ ଏଲପିଜି ବ୍ୟବହାରକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସିଏସସି ସହ ଏଲପିଜି ବିତରଣକୁ ଏକୀକୃତ କରିବାର ଏକ ଭଲ ସୁଯୋଗ । ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହାର ଲାଭ ଉଠାଇବା ପାଇଁ ପ୍ରସ୍ତୁତି ଚାଲିଥବା ଶ୍ରୀ ପ୍ରଧାନ କହିଛନ୍ତି।