ତାଳଚେର ମେଡ଼ିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୬/୦୩) : ତାଳଚେର ମେଡ଼ିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପରିସରରେ ଏକ କ୍ୟାନସର ୟୁନିଟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏମସିଏଲ ପକ୍ଷରୁ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡ଼ିକାଲ କଲେଜ ପାଇଁ ୨୦୧୫ ସେପ୍ଟେମ୍ବର ୩ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଚାଷୀଙ୍କ ପାଇଁ ୩ଟି,ମହିଳାଙ୍କ ୩ଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଉପଲବ୍ଧ ରହିବ ।
ତାଳଚେର ଅଂଚଳରେ ଭଲ ହସ୍ପିଟାଲ କିମ୍ବା ଗୋଟେ ମେଡିକାଲ କଲେଜ ହେବା ଦିଗରେ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଗଲା । ଗତକାଲି ମଧ୍ୟ ଦୁଇଟି ପ୍ରକଳ୍ପ ତାଳଚେର ସମ୍ବନ୍ଧରେ ଭୁବନେଶ୍ୱରରୁ ରେଳ ରାଜ୍ୟ ମନ୍ତ୍ରୀଙ୍କ ଉପସ୍ଥତିରେ ଆରମ୍ଭ କରାଯାଇଥିଲା । ତାଳଚେର ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ରେଳ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।
ତାଳଚେରରେ ମେଡିକାଲ କଲେଜ ଓ ହସ୍ପିଟାଲ ହେବ । ୨୦୦୦ ମସିହାରୁ ବିଭିନ୍ନ ସମୟରେ ମେଡିକାଲ କଲେଜ୍ ହେବା ପାଇଁ ସ୍ଥାନୀୟ ଲୋକଙ୍କ ଦାବୀ ହେଉଥିଲା । ୨୦୧୪ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଓ କୋଲ ଇଣ୍ଡିଆ ଏବଂ ଏମସିଏଲ ମିଶି ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ମିଳିତ ବୁଝାମଣା କରିଥିଲେ
ପରବର୍ତୀ ଅବସ୍ଥାରେ ଏଠାରେ ମେଡିକାଲ କଲେଜ ପାଇଁ ଶୁଭ ଦିଆଯିବା ପରେ ମେଡିକାଲ କଲେଜ କିଏ ଚଲାଇବା ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟରେ ଅଧା ପଦବୀ ଡାକ୍ତର ଖାଲି ପଡିଛି । ରାଜ୍ୟରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ମୋଟ ତିନୋଟି ମେଡିକାଲ କଲେଜ ଥିବାବେଳେ ପରେ ଓଡିଶାରେ ଆଉ ୫ଟି ମେଡିକାଲ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହଯୋଗ ଦେଲେ । କୋରାପୁଟ, ପୁରୀ, ବଲାଙ୍ଗୀର, ବାଲେଶ୍ୱର ଓ ମୟୂରଭଞ୍ଜରେ ମେଡିକାଲ କଲେଜ ଓ ଦୁଇ ତିନୋଟି ମେଡିକାଲ କଲେଜର ପିଏସୟୁ ମଧ୍ୟ ଦାୟିତ୍ୱ ନେଲେ । ରାଜ୍ୟ ସରକାର ବିନା ଖାତା ଖତିଆନରେ କଳାହାଣ୍ଡିରେ ସର୍ଦ୍ଦାର ରାଜା ମେଡିକାଲ ଖୋଲିଥିଲେ । ସେ ମେଡିକାଲ କଲେଜରେ ବିନା ଅନୁମତିରେ ପିଲାଙ୍କୁ ଆଡମିସନ ଦିଆଗଲା । ଫଳରେ ପିଲାମାନଙ୍କୁ ହୀନସ୍ତା ହେବାକୁ ପଡିଲା । ଏହା ପରେ ରାଜ୍ୟ ସରକାର କଳାହାଣ୍ଡିରେ ମେଡିକାଲ କଲେଜ କରିବାର ନାଁ ଧରୁନାହାଁନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।