ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଲୋକର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି-ଭୁବନେଶ୍ଵର(୧୮/୦୨) : ଅନୁଗୁଳ ଜିଲ୍ଲା କୁଲ୍ଦା ଠାରେ ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ ଦିବସରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୩ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏ ଚକ୍ଷୁ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକର୍ପଣ କରିଛନ୍ତି ।
ଆଜି(ସୋମବାର) ଏହି ଅଞ୍ଚଳ ପାଇଁ ନିର୍ମିତ ଏହି ହସ୍ପିଟାଲର ଲୋକାର୍ପଣ କରିଥିବାରୁ ନିଜକୁ ସୌଭାଗ୍ୟ ମନେକରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଞ୍ଚଳରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ମେଡିକାଲ ନିର୍ମାଣ ହେବାର କଳ୍ପନା ଅନେକ ଦିନରୁ ଥିଲା । ଆଖି, ହାର୍ଟ, କ୍ୟାନ୍ସର ଆଦି ବିଭିନ୍ନ ରୋଗ ଚିକିତ୍ସାର ସହାୟତା ଏ ଅଂଚଳରେ ମିଳେ ନାହିଁ । କିନ୍ତୁ ଏବେ ଏଲଭି ପ୍ରସାଦ ହସ୍ପିଟାଲ ଧନୀଙ୍କ ଠାରୁ ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସେବା ଦେବ । ଅନୁରୋଧକୁ ରକ୍ଷା କରି ନାଲକୋ ଏ ଅଂଚଳର ଗୋଟିଏ ମୂଳ ଆବଶ୍ୟକତାକୁ ପୂରଣ କରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଅନୁଗୁଳ ଜିଲ୍ଲା କୁଲ୍ଦା ଠାରେ ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ ଦିବସରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୩ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏ ଚକ୍ଷୁ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକର୍ପଣ କରିଛନ୍ତି ।
ଆଜି(ସୋମବାର) ଏହି ଅଞ୍ଚଳ ପାଇଁ ନିର୍ମିତ ଏହି ହସ୍ପିଟାଲର ଲୋକାର୍ପଣ କରିଥିବାରୁ ନିଜକୁ ସୌଭାଗ୍ୟ ମନେକରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଞ୍ଚଳରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ମେଡିକାଲ ନିର୍ମାଣ ହେବାର କଳ୍ପନା ଅନେକ ଦିନରୁ ଥିଲା । ଆଖି, ହାର୍ଟ, କ୍ୟାନ୍ସର ଆଦି ବିଭିନ୍ନ ରୋଗ ଚିକିତ୍ସାର ସହାୟତା ଏ ଅଂଚଳରେ ମିଳେ ନାହିଁ । କିନ୍ତୁ ଏବେ ଏଲଭି ପ୍ରସାଦ ହସ୍ପିଟାଲ ଧନୀଙ୍କ ଠାରୁ ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସେବା ଦେବ । ଅନୁରୋଧକୁ ରକ୍ଷା କରି ନାଲକୋ ଏ ଅଂଚଳର ଗୋଟିଏ ମୂଳ ଆବଶ୍ୟକତାକୁ ପୂରଣ କରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିବାର ବ୍ୟବସ୍ଥା ଥିବା ବେଳେ ଦୈନିକ ୧୦୦ରୁ ଅଧିକ ଅପରେସନ ହୋଇପାରିବାର ବ୍ୟବସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଛି । ଅନେକ ଗରିବ ଲୋକଙ୍କ ମାଗଣାରେ ମଧ୍ୟ ଏହି ହସ୍ପିଟାଲରେ ଚିକିତ୍ସା କରାଯିବ । ପ୍ରଧାନମନ୍ତ୍ରୀ ଏ ଅଂଚଳରେ ଡିଏମଏଫ ଫଣ୍ଡର ବ୍ୟବସ୍ଥା କରି ଅନେକ ଟଙ୍କା ଦେଇଛନ୍ତି । ୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାରେ ମିନେରାଲ ଫଣ୍ଡ ପାଖାପାଖି ହଜାରେ କୋଟି ଟଙ୍କା ଦେଇଛନ୍ତି । ଏହି ସବୁ ଟଙ୍କା ଏହି ଅଂଚଳରେ ଖର୍ଚ୍ଚ କଲେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସମସ୍ୟା ଦୂରେଇ ପାରିବା ସହ ରୋଜଗାରର ବ୍ୟବସ୍ଥା ମଧ୍ୟ ହୋଇପାରିବ । ସେ କହିଛନ୍ତି ଯେ ନାଲକୋର ସିଏମଡି ୧୬ କୋଟି ଟଙ୍କା ଖର୍ଚ୍ଚ କରି ନାନୋ ଟେକ୍ନୋଲୋଜିରେ ପାଣିକୁ ଶୁଦ୍ଧ କରିବାର କାରଖାନା ନାଲକୋ କଲୋନୀରେ କରୁଛନ୍ତି । ସେହିଭଳି ଭାବେ ଆଖପାଖ ଅଂଚଳରେ ଫ୍ଲୋରାଇଡ୍ ଯୁକ୍ତ ପାଣି ଅଂଚଳରେ ମଧ୍ୟ ଏହିଭଳି ବ୍ୟବସ୍ଥା କରିବାକୁ ଧର୍ମେନ୍ଦ୍ର ନାଲକୋର ସିଏମଡିଙ୍କୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ନାଲକୋ କେବଳ ଭାରତବର୍ଷ ନୁହେଁ,ବିଶ୍ୱର ଭଲ କମ୍ପାନୀ । ଏ ବର୍ଷ ନାଲକୋର ଲାଭ ମଧ୍ୟ ବୃଦ୍ଧି ପାଇଛି । ଏଥିପାଇଁ ନାଲକୋର ପରିଚାଳନା କରୁଥିବା କର୍ମଚାରୀ, ସ୍ଥାୟୀ ଓ ଠିକା ଶ୍ରମିକ ଏହାର ଶ୍ରେୟ ଅଟନ୍ତି । ନାଲକୋରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ମଧ୍ୟ ଦରମାକୁ ବୃଦ୍ଧି କରାଯିବା ଉଚିତ । ନାଲୋକ ଅଧିକ ପଇସା ଦେଲେ ଅନୁଗୁଳ ଜିଲ୍ଲାର ଅର୍ଥନୀତି ସେତେ ସଦୃଢ ହେବ ।
ଶ୍ରମିକ ସମାଜକୁ ଗୁରୁତ୍ୱ ଦିଆଯିବ ଉଚିତ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା କିମ୍ବା ନିର୍ଦ୍ଦିଷ୍ଟ ଏକ ବୀମା ଶ୍ରମିକଙ୍କ ନାଁରେ କରାଯାଉ । ଶ୍ରମିକମାନଙ୍କ ପାଇଁ ଭାରତ ସରକାର ଶ୍ରମୟୋଗୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଶ୍ରମିକମାନଙ୍କୁ ୬୦ ବର୍ଷ ପରେ ୩୦୦୦ ଟଙ୍କା ମିଳିବ । ନାଲକୋ ମଧ୍ୟ କମ୍ପାନୀରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଯୋଡି ପେନସନ୍ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ସ୍ଥାନୀୟ ଅଂଚଳ ତରଫରୁ ସିଟିପି ଓ ସ୍ମେଲଟର ମଧ୍ୟରେ ଏକ ଓଭର ବ୍ରିଜ୍ ଦାବି ହେଉଛି । ବ୍ରିଜ୍ ନଥିବାରୁ ଅନେକ ଦୁର୍ଘଟଣାର ସମ୍ମୁଖୀନ ଶ୍ରମିକମାନେ ହେଉଛନ୍ତି । ନାଲକୋ ମ୍ୟାନେଜମେଂଟ ମଧ୍ୟ ଗୋଟିଏ ପ୍ଲାଂଟରୁ ଅନ୍ୟ ଏକ ପ୍ଲାଂଟକୁ ଯିବା ପାଇଁ ଓଭର ବ୍ରିଜ୍ର ବ୍ୟବସ୍ଥା କରାଯାଉ । ଓଡିଶାର ଶ୍ରମିକ ଶକ୍ତି ଅତୁଳନୀୟ । ଭାରତ ବର୍ଷର ବିଭିନ୍ନ ଅଂଚଳର ଅର୍ଥନୀତି ଓଡିଶାର ପରିଶ୍ରମୀ ଲୋକମାନଙ୍କର ଆଧାରରେ ଚାଲିଛି ।
ପରିଶ୍ରମୀ ପ୍ଲମ୍ବର ଲୋକମାନେ ହେଲେ ଓଡିଆ ଲୋକ । ଭାରତବର୍ଷର ଅନେକ କ୍ଷେତ୍ରରେ ଓଡିଆ ପିଲାମାନେ ଭଲ କାର୍ଯ୍ୟ କରୁଥିବା ଶୁଣାଯାଉଛି । ମୁଣ୍ଡାହାଟି, କହ୍ଲୋ ବସ୍ତି, ସୋରେନ କୋଲନୀରେ ଅନେକ ବର୍ଷ ଧରି ଏଠାରେ ରହି ଆସୁଛନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ନାଲକୋର ଅଭିବୃଦ୍ଧି ହୋଇଛି । ତେଣୁ ସେମାନଙ୍କର ମଧ୍ୟ ସମ୍ମାନ ସହ ବଂଚିବା ଏବଂ ଘର, ଜମି ପଟ୍ଟା ଦେବା ସହ ସମସ୍ତ ମୌଳିକ ସୁବିଧା ଦିଆଯାଉ, ତାହାର ରାସ୍ତା ବାହାର କରିବାକୁ ପଡିବ । ଅନୁଗୁଳ ଜିଲ୍ଲାର ଶିଳ୍ପ ସମୂହ, ପ୍ରଶାସନ ଏହାର ଦାୟିତ୍ୱ ନେବା ସହ ନାଲକୋ ମଧ୍ୟ ଏହାର ବୁଝାମଣାର ଦାୟିତ୍ୱ ନେଉ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
୨୦୨୨ ସୁଦ୍ଧା ସ୍ୱାଧୀନତାକୁ ୭୫ ବର୍ଷ ପୂରିବ । ଏହି ସମୟ ସୁଦ୍ଧା ଭାରତ ବର୍ଷରେ ସବୁ ଗରିବଙ୍କ ସ୍ଥାୟୀ ପଟ୍ଟା ଓ ଛାତ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅଛି । ପୂର୍ବ ସରକାର ଅପେକ୍ଷା ଗତ ୪ ବର୍ଷ ନରେନ୍ଦ୍ର ମୋଦିଙ୍କ ସରକାରରେ ୧ କୋଟି ୪୦ ଲକ୍ଷ ଘର ଏବଂ ଘର ପିଛା ଦେଢ ଲକ୍ଷ ଟଙ୍କା ବଢିଛି । ଏଠାରେ ଲୋକଙ୍କୁ ସ୍ଥାୟୀ ଭତା ମିଳୁନାହିଁ । ବିଜେପି ଦାୟିତ୍ୱକୁ ଆସିଲେ ଭତାକୁ ୩୦୦ ଟଙ୍କାରୁ ବଢାଇ ୧୦୦୦ ଟଙ୍କା କରିବ । ସ୍ଥାୟୀ ପଟ୍ଟା ସହ ପକ୍କା ଘର ମଧ୍ୟ ଓଡିଶାର ଗରିବ ଲୋକଙ୍କୁ ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଜି ଚିକିତ୍ସାଳୟର ଲୋକାର୍ପଣ ଅବସରରେ ଅନେକ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।