ଗୋରଖପୁରର ବାୟୋଫୁଏଲ କମ୍ପ୍ଲେକ୍ସର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୯) : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ଦିଗରେ ୧ ହଜାର କୋଟିରୁ ଊର୍ଦ୍ଧ୍ବ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋରଖପୁରର ବାୟୋଫୁଏଲ କମ୍ପ୍ଲେକ୍ସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ଧୂରିଆପରରେ ବାୟୋଫୁଏଲ କମ୍ପେ୍ଲକ୍ସର ଶିଳାନ୍ୟାସ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗୋରଖପୁରରେ ୧୫୦ କୋଟି ଟଙ୍କା ବ୍ୟୟରେ ସିବିଜି (କମ୍ପ୍ରେସଡ୍ ବାୟୋଗ୍ୟାସ) ପ୍ଲାଟ ଏବଂ ୯୦୦ କୋଟି ଟଙ୍କା ବ୍ୟୟରେ ଏକ ୨ଜି ଜୈବ ଇନ୍ଧନ ରିଫାଇନାରୀ ନିର୍ମାଣ କରାଯାଇ ତାହାକୁ ବିକଶିତ କରାଯିବ।
ସେ କହିଛନ୍ତି, କୃଷି ବର୍ଜ୍ୟ ଓ ଜୈବିକ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ୧୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ। ଏହା ଦ୍ୱାରା କୃଷକଙ୍କ ଉତ୍ପାଦନ ବଢିବା ସହ ଯୁବକଙ୍କୁ ରୋଜଗାର ମିଳିପାରିବ। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବାଂଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଅଭୁତପୂର୍ବ ସଫଳତାରୁ ଏଲପିଜିର ଚାହିଦାକୁ ପୂରଣ କରିବା ପାଇଁ ଏଲପିଜି ବଟଲିଂ ପ୍ଲାଂଟ ମଧ୍ୟ ଉଦଘାଟିତ ହୋଇଛି। ଏହାଦ୍ୱାରା ପାଖାପାଖି ୧୧ ଜିଲ୍ଲାରେ ସ୍ୱଚ୍ଛ ଇନ୍ଧନ ପହଁଚିବାର ସୁବିଧା ଆହୁରି ସହଜ ହେବ।