ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀ ମୂର୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୨/୧୦) : ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପି ତରଫରୁ କଟକର ତେଲେଙ୍ଗାପେଣ୍ଠରେ ଗାନ୍ଧୀ ମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହି ଗାନ୍ଧୀ ସ୍ମୃତି ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସାରା ଦେଶରେ ଗାନ୍ଧୀଜୟନ୍ତୀଙ୍କୁ ଧୂମଧାମରେ ପାଳନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ସମିର ମହାନ୍ତି, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଆଦି ଉପସ୍ଥିତ ରହିଥିଲେ । ମାଲ୍ୟାର୍ପଣ ପରେ କେନ୍ଦ୍ରମନ୍ତ୍ରୀ ଗାନ୍ଧୀ ସ୍ମୃତି ପୀଠରେ ଥିବା ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହାପରେ ଗାନ୍ଧୀ ଓଡ଼ିଶା ଗସ୍ତରେ ଯେଉଁ ବରଗଛ ତଳେ ସଭା କରିଥିଲେ ସେଠାରେ ଥିବା ଗାନ୍ଧି ସ୍ମୃତିଫଳକରେ ସେ ପୂଜାର୍ଚ୍ଚନା କରିଥିଲେ । ଏହାସହ ଏଠାରୁ ନିଶା ନିବାରଣ ଓ ପ୍ଲାଷ୍କିକ ବର୍ଜନର ନାରା ଦେଇ ରାଜ୍ୟ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରାର ଶୁଭାରମ୍ଭ ମଧ୍ୟ ହୋଇଥିଲା ।