ବେଲଟିକିରି ସେଲଟର ହୋମ ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ
1 min readଆଓରି-ଭୁବନେଶ୍ଵର(୦୩/୧୨) : ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣା ଏବେ ସାରା ରାଜ୍ୟରେ କମ୍ପନ ସୃଷ୍ଟି କରିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପରେ ୨୩ଟି ଅନୈତିକ କେନ୍ଦ୍ର ଖୋଲାଯାଇଛି । ଯେଉଁଠି ଛୋଟ ପିଲାମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଛି । ସେହିଭଳି ଏକ କେନ୍ଦ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୦-୧୫ କିଲୋମିଟର ଦୂରରେ ସ୍ଥାପିତ ହୋଇଥିଲା ।
ଅନ୍ୟପଟେ ଏହାକୁ ବନ୍ଦ କରିଦେଲୁ ବୋଲି ମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କିଏ ଅନୁମତି ଦେଇଥିଲା ଏସବୁ ଚଳାଇବାକୁ ? କାହାର ପ୍ରୋତ୍ସାହନରେ ଏସବୁ ଚାଲୁଥିଲା ? କଣ ଓଡ଼ିଆ ଛୁଆ ଭଗାରୀ ଭଳିଆ ବ୍ୟବହାରରେ ପାଳିତ ହେବେ ? ଏମିତି ଅନେକ ପ୍ରଶ୍ନ ରାଜ୍ୟ ସରକାରଙ୍କୁ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦେବାର ଆବଶ୍ୟକତା ରହିଛି । କୁନ୍ଦୁଲି ଝିଅର ଆତ୍ମହତ୍ୟା ହେଉ ଅବା ବେଲଟିକିରିର ନିନ୍ଦନୀୟ ଘଟଣା, ମହିଳାମାନଙ୍କ ପ୍ରତି ଏହି ସରକାର ସମ୍ବେଦନ ହୀନତାର ଚରମ ନିଦର୍ଶନ ଦେଖାଇଛି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସେହି ଅଞ୍ଚଳକୁ ଯାଇଛନ୍ତି । ଏହାସହ ଏହା ବିରୋଧରେ ରାଜ୍ୟରେ ଜନମତ ତିଆରି କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।