April 19, 2024

ନବ ଦାସଙ୍କ ବିଜେଡ଼ିରେ ମିଶ୍ରଣକୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Aajira-Odisha

ଆଓରି-ଭୁବନେଶ୍ଵର(୨୪/୦୧) : ନବ ଦାସ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ଏହାସହ ବିଧାୟକ ପଦ ମଧ୍ୟ ଛାଡ଼ିଛନ୍ତି ନବ । ତେବେ ନବଙ୍କ ବିଜେଡିରେ ମିଶିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଏହି ମିଶ୍ରଣକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅସାଧୁ ଲୋକମାନଙ୍କର ମେଣ୍ଟ ସବୁବେଳେ ଅସାଧୁ । ସେମାନେ ଯେତେ ଚେଷ୍ଟା କଲେ କୌଣସି ଲାଭ ହେବନାହିଁ । ଏମାନଙ୍କର ଦିନ ଶେଷ ହୋଇ ଆସିଲାଣି । ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାରୀ କଳକୁ ଦୂରୁପଯୋଗ କରିି ମୁଖ୍ୟମନ୍ତ୍ରୀ ତାଙ୍କର ଅପଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଛନ୍ତି ।

ପଶ୍ଚିମ ଓଡିଶାକୁ ଆହୁରି ଦରିଦ୍ର କରିବା, ଯୁବକଙ୍କୁ ଧୋକ୍କା ଦେବା ଓ ମାଆ ଓ ଭଉଣୀମାନଙ୍କ ଅତ୍ୟାଚାର ବଢାଇବା ପାଇଁ ଅସାଧୁ ମେଣ୍ଟ ହୋଇଛି । ବାଲାଙ୍ଗୀର ଜିଲ୍ଲାରେ ରୋଜଗାର ବଢାଇବା ପାଇଁ ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟମନ୍ତ୍ରୀ କଣ ବ୍ୟବସ୍ଥା କରିଛନ୍ତି ବୋଲି ସାର୍ବଜନୀନ ଭାବେ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର । ଲମ୍ବା ଶାସନର ଦାୟିତ୍ୱରେ ରହିବା ପରେ ମଧ୍ୟ ସେଠାକାର ଯୁବକ ଆଜି କାହିଁକି ଦାଦନ ଖଟିବାକୁ ବାହାରକୁ ଯାଉଛି ବୋଲି ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ଏହାସହ ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜେନ୍ଦ୍ର କଲେଜ ପଡ଼ିଆରେ ଛିଡ଼ା ହୋଇ ଉଦ୍‌ବୋଧନ ଦେଉଛନ୍ତି ସେହି କଲେଜର ଅଧ୍ୟାପକ ପଦବୀ କେବ ପୂରଣ ହେବ ଜନସାଧାରଣ କୁହନ୍ତୁ । ସେହିପରି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁର ବ୍ଲକର ଗାଁଗୁଡିକୁ ପିଇବା ପାଣି କେବେ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.