ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୦/୦୩) : ବିଜେପିର ବିଜୟ ସଂକଳ୍ପ ସଭା ଆରମ୍ଭ ହୋଇଛି । ଆଜି (ରବିବାର) ରାଜ୍ୟରେ ଅନୁଗୁଳ ଏବଂ ଚନ୍ଦକାରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଛି । ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ।
ଏହି ଅବସରରେ ଦୀର୍ଘ ୧୯ ବର୍ଷ ହେଲା ରାଜ୍ୟରେ ମାନ୍ୟବର ସରକାରଙ୍କ ଶାସନ ଚାଲିଛି । ମାତ୍ର କିଶୋର ନଗର ବ୍ଲକ ଅଂଚଳରେ ସବୁ ଗାଁକୁ ପାଇପ ଯୋଗେ ପିଇବା ପାଣି ପହଁଚିନାହିଁ,୨୪ ଘଂଟା ବିଜୁଳି ନାହିଁ, ସରକାରୀ ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ହକି ଖେଳରେ ସଲମାନ ଖାନ୍ ଓ ଶାହରୁଖ ଖାନଙ୍କୁ ନଚେଇବାକୁ ରାଜ୍ୟ ସରକାରଙ୍କ ପାଖରେ ପଇସା ଅଛି ମାତ୍ର ଓଡିଶାର ଶିକ୍ଷକମାନଙ୍କୁ ଦରମା ଦେବାକୁ ପଇସା ନାହିଁ ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।