March 21, 2023

ସୁନ୍ଦରଗଡ ଠାରେ ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୩୦/୦୯) : ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି । ସୋମବାର ସୁନ୍ଦରଗଡ ଠାରେ ଭାରତ ସ୍କାଉଟ୍‌ ଏବଂ ଗାଇଡ୍ସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ପ୍ରତିଟି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି । ତେବେ ଯୁବ ପିଢୀ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢିବାର Union-Minister-Dharmendra-Pradhan-Aajira-Odishaକଳ୍ପନା କରିବା ଆବଶ୍ୟକ । ଯୁବବର୍ଗ ହିଁ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସିକା ଭଳି ଦୁଇଟି ବଡ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ସେ ସମୟରୁ ଆଜି ପର୍ଯ୍ୟନ୍ତ ଜାପାନ୍ ନିଜ ଦୃଢ ଇଚ୍ଛାଶକ୍ତି ଓ ନିଷ୍ପତି କାରଣରୁ ଏବେ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇପାରିଛି । ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗୁଡିକ ଠାରୁ କଂଚାମାଲ କିଣି ନିଜ ଦେଶରେ କମ୍ ମୂଲ୍ୟରେ ଇସ୍ପାତ୍ ଉତ୍ପାଦ ତିଆରି କରି ବିକ୍ରି କରୁଛି । ଜାପାନର ଯୁବକଙ୍କ ଉଦ୍ୟମ ଯୋଗୁଁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅପରପକ୍ଷରେ ଅନେକ ଦିନ ଧରି ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତର ଭଲ ଅର୍ଥନୀତି ଥାଇ ସତ୍ୱେ ସଂପ୍ରତି ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିନାହିଁ । ଦେଶରେ ଖଣିଜ ସମ୍ବଳରେ ଭରପୁର ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ଭଳି ଇସ୍ପାତ୍ କାରଖାନା ଥାଇ ମଧ୍ୟ ଏଠାକାର ଇସ୍ପାତ୍ ଉତ୍ପାଦିତ ଜିନିଷ ଜାପାନର ଇସ୍ପାତ୍ ଠାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇ ପାରୁନାହିଁ । ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢୀଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.