ଅଣ୍ଡରକଭର ଏଜେଣ୍ଟ ଦେବେ ଟ୍ରେନ୍ ଯାତ୍ରୀଙ୍କୁ ସୁରକ୍ଷା
1 min read
ଆଓରି-ବ୍ୟୁରୋ(୧୦/୭) : ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା ଲାଗି ଫ୍ରାନ୍ସ୍ ସରକାର ନେଇଛନ୍ତି ନୂଆ ପଦକ୍ଷେପ। ଏଣିକି ପ୍ରତି ଟ୍ରେନ୍ରେ ରହିବେ ଅଣ୍ଡରକଭର ଏଜେଣ୍ଟ୍। ସେମାନଙ୍କ ପାଖରେ ରହିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର। ସେମାନଙ୍କୁ ଟ୍ରେନ୍ ମାର୍ଶାଲ ଭାବେ ନିଯୁକ୍ତ କରାଯିବ। ଏନେଇ ଫ୍ରାନ୍ସର ରାଷ୍ଟ୍ରୀୟ ଜାଣ୍ଡୋମରୀ କମାଣ୍ଡର କର୍ନେଲ୍ ଘିସ୍ଲେନ୍ ରେଟି ସୂଚିତ କରିଛନ୍ତି। ଏହି ଅଣ୍ଡରକଭର ବା ଗୁପ୍ତ ଏଜେଣ୍ଟ ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ହେବେ। ସେମାନେ ଯାତ୍ରୀଙ୍କ ଭଳି ଟ୍ରେନ୍ରେ ଯାତ୍ରା କରିବେ। ଆତଙ୍କବାଦୀ ଆକ୍ରମଣ ସମୟରେ ଏଜେଣ୍ଟମାନେ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବେ।