May 24, 2022

ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତକୁ ୨ଟି ସ୍ବର୍ଣ୍ଣ ପଦକ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୩/୯) : ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଗୁରୁବାର ଜୁନିୟର ବର୍ଗରେ ଭାରତକୁ ୨ଟି ସ୍ଵର୍ଣ୍ଣ ପଦକ ମିଳିଛି। ପୁରୁଷ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଉଦୟବୀର ସିଂ ମୋଟ୍‌ ୫୮୭ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ଆମେରିକାର ହେନରୀ ଲେଭର୍ଟ (୫୮୪) ଓ କୋରିଆର ଲି ଜ୍ୟାକଉନ (୫୮୨) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିଭଳି ଅନ୍ୟତମ ପ୍ରତିଭାବାନ ଭାରତୀୟ ଶୁଟର ବିଜୟବୀର ସିଦ୍ଧୁ ୫୮୧ ସ୍କୋର ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ରାଜକନୱର ସିଂ ସାନ୍ଧୁ ୫୬୮ ସ୍କୋର ସହିତ ୨୦ତମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟର ଟିମ୍‌ ବର୍ଗରେ ମଧ୍ୟ ଭାରତୀୟ ଶୁଟର୍‌ କମାଲ କରିଥିଲେ। ୩ ଭାରତୀୟ ଶୁଟର୍‌ ଉଦୟବୀର, ବିଜୟବୀର ଓ ରାଜକନୱରଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ୍‌ ୧୭୩୬ ସ୍କୋର ସହିତ ପ୍ରଥମ ସ୍ଥାନରେ ରହି  ସ୍ଵର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଚାଇନା (୧୭୩୦) ଓ କୋରିଆ (୧୭୨୧) ଟିମ୍‌କୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଥିଲା। ଅପରପକ୍ଷରେ ସିନିୟର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ଶୁଟର ନିରାଶ କରିଛନ୍ତି। ବ୍ୟକ୍ତିଗତ କିମ୍ବା ଦଳଗତରେ ଭାରତ ପଦକ ଅର୍ଜନରୁ ବଞ୍ଚତ୍ତ ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ମୋଟ୍‌ ୨୪ଟି (୯ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ ବ୍ରୋଞ୍ଜ) ପଦକ ଜିତି ତାଲିକାର ୪ର୍ଥ ସ୍ଥାନରେ ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.