ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ମୃତ
1 min read
ଆଓରି-ନୂଆଦିଲ୍ଲୀ(୦୩/୦୬) : ସୋମବାର ଜମ୍ମୁ-କଶ୍ମୀରର ସୋପିଆନ ଅଞ୍ଚଳ ମୋଲୁ ଚିତ୍ରଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ଜଣେ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଛି । ହେଲେ ଏପର୍ଯ୍ୟନ୍ତ ଜବତ ମୃତଦେହର ପରିଚୟ ମିଳିନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ନେତାଙ୍କ ଘରେ ରବିବାର ଆତଙ୍କବାଦୀମାନେ ଗ୍ରେନେଟ୍ ଆକ୍ରମଣ କରିଥିଲେ । ପରେ ଆତଙ୍କବାଦୀମାନେ ତାଙ୍କ ଘର ଉପରକୁ ଗୁଳିଚାଳନା ମଧ୍ୟ କରିଥିଲେ ।