March 16, 2023

ବାନ୍ଦିପୋରା ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

1 min read
two terrorist dead by encounter of security forces in Bandipora-Aajira-Odisha

ଆଓରି-ନୂଆଦିଲ୍ଲୀ(୨୨/୦୩) : ଜମ୍ମୁ କାଶ୍ମୀରରେ ଆଜି ତିନୋଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ବାନ୍ଦିପୋରାର ହାଜିନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀର ଶବ ଜବତ ହୋଇଛି ।

ସେପଟେ ଜମ୍ମୁ-କଶ୍ମୀରର ସୋଫିଆ ଜିଲ୍ଲାରେ ୨-୩ ଆତଙ୍କବାଦୀ ଘେରି ହୋଇ ରହିଥିବା ସୂଚନା ମିଳିଛି । ତେବେ କୁହାଯାଉଛି ଯେ ଦୁଇରୁ ତିନି ଆତଙ୍କବାଦୀ ରିହାୟସି ଘରେ ଲୁଚି ରହିଛନ୍ତି । ଏହି ଘଟଣା ଉପରେ ଏବେ ପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ । ସେପଟେ ଏହି ଘଟଣାକୁ ନେଇ ସୁରକ୍ଷାକର୍ମୀ ସତର୍କ ରହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.