ଭାରତର ଆକାଶମାର୍ଗରେ ସୀମା ଅତିକ୍ରମ କଲା ୨ ଚାଇନା ହେଲିକପ୍ଟର
1 min readଆଓରି-ନୂଆଦିଲ୍ଲୀ(୨୫/୧୦) : ଲଦାଖ ସୀମାରେ ଚାଇନା ସେନା ଭାରତୀୟ ସୀମା ଅତିକ୍ରମ କରିଥିବା ଖବର ଆସିଛି। ସେପ୍ଟେମ୍ବର ୨୭ରେ ଚାଇନା ସେନା ଭାରତର ଆକାଶମାର୍ଗରେ ସୀମା ଅତିକ୍ରମ କରିବାକୁ ନେଇ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଏକ ରିପୋର୍ଟ ଜାରି କରିଛି। ସେପ୍ଟେମ୍ବର ୨୭ରେ ଚାଇନା ସେନା ଲଦାଖର ପାହାଡିଆ ସୀମାରେ ଅନୁପ୍ରବେଶ କରିଥିଲେ। ଆଇଟିବିପିର ସୂଚନା ଅନୁଯାୟୀ, ସକାଳୁ ସକାଳୁ ଚାଇନାର ହେଲିକପ୍ଟର ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ ଅତିକ୍ରମ କରି ଲଦାଖ ସୀମାରେ ପ୍ରବେଶ କରିଥିଲା। ଚାଇନା ସେନାର ୨ଟି ହେଲିକପ୍ଟର ଭାରତ ସୀମାରେ ୧୦ ମିନିଟ୍ ପର୍ଯ୍ୟନ୍ତ ଘୂରି ବୁଲିଥିଲା।