August 7, 2022

ସୌନ୍ଦର୍ଯ୍ୟ ପାଇଁ ଶଲ୍ୟ ଚିକିତ୍ସା

1 min read

ବାହାଘର ସମୟରେ କିମ୍ବା ଭାଇ ଭଉଣୀଙ୍କ ବାହାଘର ବେଳେ ଅଧିକ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ତ ବଜାରରେ ମିଳୁଥିବା ବିଭିନ୍ନ ନାମୀ କମ୍ପାନୀର ଦାମୀ ସାବୁନ୍, ଫେସ୍ ୱାସ୍, କି୍ରମ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିଥାଉ । ଏହିସବୁ ସାମଗ୍ରୀ ଅତ୍ୟଧିକ ଦାମୀ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମାତ୍ର କିଛି ଘଣ୍ଟା ଥାଏ । ହେଲେ କସ୍ମେଟିକ୍ ସର୍ଜରୀ ସାହାଯ୍ୟରେ ଜଣେ ସୌନ୍ଦର୍ଯ୍ୟକୁ ସବୁ ଦିନ ଅକ୍ଷୁର୍ଣ୍ଣ ରଖିପାରିବ ।

ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଯେଉଁ ଶଲ୍ୟ ଚିକିତ୍ସା ବା ସର୍ଜରୀ କରାଯାଏ, ତାକୁ ଡାକ୍ତରୀ ଭାଷାରେ କସ୍ମେଟିକ୍ ସର୍ଜରୀ କୁହାଯାଏ । ଆପଣ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କିମ୍ବା ଚେହେରାକୁ ଅଧିକ ଆକର୍ଷଣୀୟ ପାଇଁ ଏହି କସ୍ମେଟିକ୍ ସର୍ଜରୀର ସାହାଯ୍ୟ ନେଇପାରନ୍ତି । ଏହି ଚିକିତ୍ସା ଦ୍ୱାରା କେବଳ ଜଣଙ୍କ ବାହ୍ୟ ସୌନ୍ଦର୍ଯ୍ୟ ବଢିଥାଏ ତା ନୁହେଁ, ବରଂ ଶରୀର ଗଠନରେ ଜନ୍ମରୁ ରହିଥିବା କୌଣସି ଅଙ୍ଗପ୍ରତ୍ୟଙ୍ଗର ଅସ୍ୱାଭାବିକ କାର୍ଯ୍ୟପ୍ରକ୍ରିୟାକୁ ସଂଶୋଧନ ପୂର୍ବକ ଅଧିକ କାର୍ଯ୍ୟକ୍ଷମ କରାଯାଇଥାଏ । କସ୍ମେଟିକ୍ ସର୍ଜରୀ ଦ୍ୱାରା ମୁଣ୍ଡ କେଶ ଠାରୁ ଆରମ୍ଭ କରି ଗୋଡର ନଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସଂଶୋଧକ କରାଯାଇପାରେ ।

୧. ଚନ୍ଦାପଣରୁ ମୁକ୍ତି : କସ୍ମେଟିକ୍ ସର୍ଜରୀରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରି ଚନ୍ଦାପଣ ଠାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରୁଛି ।

୨. ରିଙ୍କିଲ୍ ଠିକ୍ କରାଯାଏ: ବୟସ ବଢିଲେ ମୁହଁରେ ରିଙ୍କିଲ୍ ଦେଖାଯାଇଥାଏ । କସ୍ମେଟିକ୍ ସର୍ଜରୀ ସାହାଯ୍ୟରେ ଏହି ରିଙ୍କିଲ୍ ସମସ୍ୟା ଠାରୁ ଖୁବ୍ ସହଜରେ ମୁକ୍ତି ମିଳୁଛି ।

୩. ଆଖି ତଳ କଳାଦାଗ ଦୂର: ଅନେକ ଯୁବତୀଙ୍କ ଆଖି ତଳେ କଳା ଦାଗ ପଡିବା ସହିତ ଆଖି ତଳେ ଚର୍ବି ଜମା ହୋଇଥାଏ । କସ୍ମେଟିକ୍ ସର୍ଜରୀରେ ଏହି ଦାଗକୁ ଦୂର କରାଯିବା ସହିତ ଚର୍ବିକୁ ମଧ୍ୟ କାଢି ଦିଆଯାଇପାରୁଛି ।

୪. ବ୍ରଣ ଓ ଦାଗଠାରୁ ମୁକ୍ତି: କସମେଟିକ୍ ସର୍ଜରୀ ସାହାଯ୍ୟରେ ବ୍ରଣ ଓ ବ୍ରଣଦାଗଠାରୁ ସମ୍ପୂର୍ଣ୍ଣ ଉପଶମ ମିଳିଥାଏ । ଏହା ସହିତ ଗାଲରେ ଥିବା ଖାଲୁଆ ସ୍ଥାନ, ଭାତୁଡି, କଳା ଜାଇ, ନାଲି ଜାଇ, ଘା’ ଦାଗ, ପୋଡା ଦାଗକୁ ଠିକ୍ କରାଯାଇଥାଏ । ଓଠର ଆକାର ଠିକ୍ ନଥିଲେ କସ୍୍ମେଟିକ୍ ସର୍ଜରୀ ସାହାଯ୍ୟରେ ଓଠର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଯାଇଥାଏ ।

୬. ଓଜନ କମ୍‌ କରିବା: ଏହି ପଦ୍ଧତି ସାହାଯ୍ୟରେ ଅତ୍ୟଧିକ ମୋଟା ହୋଇଥିବା ଲୋକଙ୍କୁ ପତଳା କରିବା ପାଇଁ ସେମାନଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ ମେସିନ୍ ସାହାଯ୍ୟରେ ମଧ୍ୟ କଢ଼ାଯାଏ ।

୭. ଅନାବଶ୍ୟକ କେଶ ସମସ୍ୟା: ଶରୀରରେ ହରମୋନ୍ର ପରିମାଣ ଅନୁସାରେ କେତେକ ମହିଳା ଏବଂ ପୁରୁଷଙ୍କ ଶରୀରରେ ଅନାବଶ୍ୟକ କେଶ ଆସିଥାଏ । ହେଲେ କସମେଟିକ୍ ସର୍ଜରୀ ଦ୍ୱାରା ଏଥିରୁ ମୁକ୍ତି ସମ୍ପୂର୍ଣ୍ଣ ମିଳିଥାଏ ।

୮. ଗୋରା ଦେଖାଯିବା: କସମେଟିକ୍ ସର୍ଜରୀ ଦ୍ୱାରା ଶରୀର ରଙ୍ଗକୁ ସଫା କରାଯାଇ ପାରୁଛି ।

୯. ରାଇନୋପ୍ଲାଷ୍ଟି: ଏହି ସର୍ଜରୀ ସାହାଯ୍ୟରେ ନାକର ମୂଳ ଆକାର ଓ ଚେହେରାକୁ ଏକ ନିର୍ଦିଷ୍ଟ ତଥା ଆକର୍ଷଣୀୟ ରୂପ ଦେବା ସହିତ ନିଃଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.