ମେଷ : ଆଜି ଭାଗ୍ୟାଧିପତି ବୃହସ୍ପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟ ମାନଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଞ୍ଚତ୍ବ। ଏଇ ଅଳ୍ପ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜରେ ପାଇଯିବେ। ଶିଳ୍ପ, ବ୍ୟବସାୟ, ପରିବହନ ସାମୟିକ ଭାବରେ ବାଧାପ୍ରାପ୍ତ ହୋଇପାରେ।
ବୃଷ : ରବିଙ୍କ କେନ୍ଦ୍ରସ୍ଥାନରେ ଦେବଗୁରୁ ବୃହସ୍ପତି ହେତୁ କାର୍ଯ୍ୟସିଦ୍ଧି, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରତିଷ୍ଠାଦି ପ୍ରଦାନ କରିବେ। ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହି ନ ପାରେ। ବାଣିଜ୍ୟ,ବ୍ୟବସାୟ ତଥା ଲେଖାପଢ଼ା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ : ଧନତୃତୀୟାଧିପତିଙ୍କ ଏକତ୍ର ସମାବେଶ ନିକଟସ୍ଥ ବନ୍ଧୁ ପରିଜନଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ସୁବିଧା ସୁଯୋଗ ଆଣିଦେବ। ବହୁତ ଦିନହେଲା ଅଟକି ରହିଥିବା କାମିଗୁଡିକ ସୁବିଧାରେ ହୋଇଯିବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ ଏବଂ ବାଣିଜ୍ୟ ଓ ପରିବହନରେ ଉନ୍ନତି ମଧ୍ୟ କରିବେ।
କର୍କଟ : ଚନ୍ଦ୍ର ଅଷ୍ଟମରେ ରହିଥିଲେ ମଧ୍ୟ ଆଜିର କାର୍ଯ୍ୟପଦ୍ଧତି, ଟଙ୍କା ପଇସା କାରବାର ପାଇଁ କୌଣସି ଅସୁବିଧା ରହିବନାହିଁ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ,ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ସିଂହ : କେନ୍ଦ୍ରରେ ବୃହସ୍ପତି ଓ ରବି ଆପଣଙ୍କ ସମସ୍ତ କାର୍ଯ୍ୟକୁ ଆଶାତୀତ ଭାବେ ସଫଳତା ପ୍ରଦାନ କରିବେ। ହଠାତ୍ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡିପାରେ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। କଳା,ସାହିତ୍ୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା କଲେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା : ଗୁରୁକ୍ଷେତ୍ରସ୍ଥ ବକ୍ରୀବୁଧ ପ୍ରଭାବରେ ଆପଣ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭାସମିତି, ସଙ୍ଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା : ଭାଗ୍ୟାଧିପତି ନୀଚାଂଶରେ ରହି ରାଶିର ଷଷ୍ଠ ଓ ଅଷ୍ଟମ ଭାବ ପ୍ରତି ସମ୍ବନ୍ଧିତ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସଙ୍କଟଜନକ ସ୍ଥିତି ଉପୁଜିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ସୁଫଳ ପାଇବେ। ସ୍ବାତୀ ନକ୍ଷତ୍ରର ଅର୍ଥଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
ବିଛା : କେନ୍ଦ୍ରସ୍ଥ ରବି ଓ ଚନ୍ଦ୍ର ପ୍ରଭାବରୁ ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏ ସମାଧାନ ହୋଇଯିବ।
ଧନୁ : ରାଶିରେ ସ୍ବଗୃହାଭିମୁଖୀ ଶନି ଓ ତୃତୀୟସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ଧୀରେ ଧୀରେ ଆଗକୁ ଗତିଶୀଳ କରାଇବେ। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିବାରେ ଲାଗିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ରାଜନୀତିରେ ଉନ୍ନତି କରିବେ।
ମକର : ରବି ଓ ଶୁକ୍ର ତଥା ବୃହସ୍ପତିଙ୍କ ଶୁଭ ସଂସ୍ଥାନ ବଳରେ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ କୌଣସି ଅସୁବିଧା ରହିବ ନାହିଁ। ତଥାପି ରାହୁ ସପ୍ତମସ୍ଥ ହେତୁ ବିବାଦ ଓ ପ୍ରତିବନ୍ଧକ ଯୁକ୍ତ କାମଠାରୁ ଦୂରେଇ ରହିବା ଭଲ ହେବ। ପ୍ରକୃତ ଘଟଣା ନ ବୁଝି ପରିବାର ସଦସ୍ୟମାନେ ପଡ଼ୋଶୀଙ୍କ କୁମନ୍ତ୍ରଣାରେ କ୍ରୋଧ ପ୍ରକାଶ କରିପାରନ୍ତି।
କୁମ୍ଭ : ସାଧାରଣ ପ୍ରତିରୋଧ ଭିତରେ ଆଜିର କାମଗୁଡିକ ସମ୍ପନ୍ନ ହେବ। ହଠାତ୍ ଜଣେ ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କଲେ ଭଲ ହେବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବ, ତଥାପି ଟେନ୍ସନ ଲାଗି ରହିପାରେ।
ମୀନ : ଦ୍ୱାଦଶରେ ଚନ୍ଦ୍ର ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି କାରଣ ହୋଇପାରେ। କିନ୍ତୁ ରବିଙ୍କ ପ୍ରଭାବରେ ଆପଣ ତାହାର ଠିକ୍ ସମାଧାନ କମ୍ ସମୟ ମଧ୍ୟରେ କରିପାରିବେ। ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ମନ ବୁଝିଲା ଭଳି କଥା କହି କାମ ହାସଲ କରିପାରନ୍ତି। ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।