August 17, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ଧର୍ମଭାବରେ ଶନି ସହ ଚନ୍ଦ୍ରଙ୍କ ସଂଯୋଗ ଧର୍ମୀୟ ଭାବନାଯୁକ୍ତ କରାଇବ। ତୃତୀୟଭାବକୁ ଅବଲୋକନ କରୁଥିବାରୁ ବନ୍ଧୁଙ୍କ ସ୍ମୃତିଚାରଣ, ଆନୁଷ୍ଠାନିକ କାମ ସକାଶେ ଉତ୍ସାହିତ ରହିବେ। କିନ୍ତୁ ପାରିବାରିକ କ୍ଷେତ୍ର, ପରିବହନ ଦିଗରୁ ବ୍ୟତିକ୍ରମର ସାମ୍‌ନା କରିବାକୁ ପଡିପାରେ । ସରକାରୀ ସ୍ତରରୁ ସାହାଯ୍ୟ ଆଶାୟୀ ହୋଇପାରନ୍ତି।

ବୃଷ : ରାଶିପ୍ରତି ବୃହସ୍ପତି ଓ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ବନ୍ଧୁମିଳନ ଜନିତ ଆନନ୍ଦମୁଖର ପରିବେଶରେ ସାମୟିକ ମସ୍‌ଗୁଲ୍‌ ରହିପାରନ୍ତି। ସ୍ବଗୃହୀରୁ ଶୁକ୍ର ପ୍ରଭାବରୁ ସ୍ବାସ୍ଥ୍ୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ।

ମିଥୁନ : ଅଷ୍ଟମାଧିପ ଶନି ଧନାଧିପ ସାନ୍ନିଧ୍ୟରେ ଅର୍ଥ ଓ ମତ ମନ୍ତବ୍ୟକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିପାରେ । କୌଣସି ଦୁଃଖାନ୍ତକ ଖବର ମନକୁ ସାମୟିକ ନିସ୍ତେଜ କରିଦେବାର ଆଶଙ୍କାର ସୂଚନା ରହିଛି। ଅବଶ୍ୟ ପୂର୍ବ ଯୋଜନା ଅନୁଯାୟୀ କୌଣସି କର୍ମ କରିବାରେ ସମର୍ଥ ହେବେ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।

କର୍କଟ : ଚନ୍ଦ୍ର ଓ ସପ୍ତମାଧିପ ରୋଗ, ଋଣ ଓ ଶତ୍ରୁ ଭାବସ୍ଥ ହେତୁ ସ୍ବାସ୍ଥ୍ୟର ଅବନତି ଜନିତ ଦୁଶ୍ଚିନ୍ତା ମନକୁ ବିବ୍ରତ କରିବ । ନିଜର ଭଳି ବ୍ୟବହାର ଦେଖାଉଥିବା ବନ୍ଧୁ ଓ ସ୍ବଜନମାନେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ଗ୍ରହଣ କରିବେ । ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ। ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ।

ସିଂହ : ରବିଙ୍କ ଦୁର୍ବଳତାକୁ ଶୁକ୍ରସମ୍ପର୍କ ପ୍ରଭାବରୁ କୌଣସି ପଡୋଶିନୀ କିମ୍ବା ହିତୈଷୀ ମହିଳାଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କାମରେ ପଛକୁ ଫେରି ଚାହିଁବା ପରିସ୍ଥିତି ମଧ୍ୟ ସୃଷ୍ଟି ହେବନାହିଁ। ତଥାପି କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛ।

କନ୍ୟା : ଚତୁର୍ଥକେନ୍ଦ୍ରସ୍ଥ ଚନ୍ଦ୍ର ଓ ଶନି କର୍ମକ୍ଷେତ୍ରକୁ ପ୍ରଭାବିତ କରୁଥିବାରୁ କାମଗୁଡିକ କଚ୍ଛପଗତିରେ ଚାଲିବ। ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବରେ କାମ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ। ଆଜି ଅଜଣା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ଠିକ୍‌ ହେବନି।

ତୁଳା : ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନ ଜନକ ସ୍ଥିତିରେ ରଖିବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେଇପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।

ବିଛା : ଭାଗ୍ୟାଧିପ ଓ ବଳବାନ୍‌ ରାଶ୍ୟାଧିପଙ୍କ ସ୍ଥିତି ପ୍ରଭାବରେ ବହୁବିଧ ଉନ୍ନତମାନର ଯୋଜନାକୁ ବାସ୍ତବରୂପ ପ୍ରଦାନ କରିବାର ନକ୍ସା ପ୍ରସ୍ତୁତ କରିପାରନ୍ତି। ଆବଶ୍ୟକତା ଅନୁଯାୟୀ ଆପଣଙ୍କ ମନ୍ତବ୍ୟ ଶାଳୀନତାପୂର୍ଣ୍ଣ ରହିବ । ଦୀର୍ଘଦିନରୁ ପ୍ରତୀକ୍ଷିତ କୌଣସି ଶୁଭ ଖବର ପାଇ ଖୁସି ହେବେ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି।

ଧନୁ : ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିବାର ଧୈର୍ଯ୍ୟଧାରଣ କରି କର୍ମ କ୍ଷେତ୍ରରେ ପ୍ରବୃତ୍ତ ହେବେ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଆତ୍ମୀୟମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବାର ସମ୍ଭାବନା ରହିଛି । ଆଇନ ଅଦାଲତ କ୍ଷେତ୍ରରେ ପରାମର୍ଶ ପାଇଁ ବାରମ୍ବାର ଦୌଡିବାକୁ ପଡିପାରେ ।

ମକର : ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ ଦୂରଯାତ୍ରା ଓ ବ୍ୟୟଭାର ବୋଝରେ ଚିନ୍ତିତ କରାଇପାରନ୍ତି। ତଥାପି ଧନଭାବସ୍ଥ ମଙ୍ଗଳ ପରିବାରର ଆନ୍ତରିକ ସହଯୋଗ ଲାଭରେ ପରିସ୍ଥିତି ଲାଘବ ହେବ। ଦୀର୍ଘଦିନରୁ ଦେଖି ନ ଥିବା କୌଣସି ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ । ଚେଷ୍ଟା କରୁଥିବା ସମସ୍ତ କାମରେ ସମସ୍ୟା ସମାଧାନ ହୋଇଯିବ।

କୁମ୍ଭ : ଉଦ୍ୟମ ବଳରେ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ବନ୍ଧୁଙ୍କ ସହ ବିଚାରବିମର୍ଶ ମାନସିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। ଆର୍ଥିକ ଅନଟନ ଭରଣା କରିବାକୁ ନୂଆ ନୂଆ ଯୋଜନା କରିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ନିକଟ ସମ୍ପର୍କୀୟମାନଙ୍କ ସହାୟତା ନେବାକୁ ପଡିପାରେ।

ମୀନ : ବୃହସ୍ପତିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ପାରିପାର୍ଶ୍ୱିକ ସୁନ୍ଦର ପରିବେଶ ମନକୁ ଉତ୍ସାହିତ କରିବ। ପୂର୍ବଭାଦ୍ରପଦ ନକ୍ଷତ୍ରର ଅଫିସ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମାନସିକ ସୁସ୍ଥତା ରହି ନ ପାରେ । ଆପଣଙ୍କ ସୁପରାମର୍ଶ ଓ ପ୍ରସ୍ତାବକୁ ବନ୍ଧୁମାନଙ୍କ ସମର୍ଥନ ପୂର୍ଣ୍ଣମାତ୍ରାରେ ରହିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.