ମେଷ : ଆଜି କର୍ମାଧିପ କେତୁ ନକ୍ଷତ୍ରସ୍ଥ ହେତୁ ଆପଣଙ୍କ କର୍ମକ୍ଷେତ୍ରର ପ୍ରତ୍ୟେକ ସ୍ତରରେ କିଛି ନା କିଛି ଅସ୍ବସ୍ତିକର ପରିସ୍ଥିତି ଲାଗି ରହିବ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡିପାରେ। କୌଣସି ପ୍ରିୟଜନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବିବାଦୀୟ ଘଟଣାର ସମାଧାନ ସକାଶେ ସମର୍ଥନ ଯୋଗାଡରେ କୃତକାର୍ଯ୍ୟ ହେବେ।
ବୃଷ : ସପ୍ତମାଧିପ ଭାଗ୍ୟସ୍ଥ ହୋଇ ପାପଗ୍ରସ୍ତ କାରଣରୁ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର ସମସ୍ୟାବହୁଳ ରହିପାରେ। ଭାବପ୍ରବଣତାର କୁପ୍ରଭାବରୁ ସମ୍ପର୍କୀୟ ମହିଳାଙ୍କ ଦ୍ୱାରା ଅପଯଶ ପାଇ ପାରନ୍ତି। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଦୀର୍ଘଦିନରୁ ଅଟକି ରହିଥିବା କାମ ଆଜି ସମ୍ପୂର୍ଣ୍ଣ ହୋଇପାରେ।
ମିଥୁନ : ଶନିଙ୍କ କର୍ମସ୍ଥାନ ପ୍ରତି ପୂର୍ଣ୍ଣଦୃଷ୍ଟି କାର୍ଯ୍ୟ ହାସଲରେ ସହାୟକ ହେବ।ଖୋଜୁଥିବା ଜିନିଷ କିମ୍ବା ଦରକାରୀ କାଗଜପତ୍ର ସୁବିଧାରେ ପାଇଯିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନ ଭଲ ରହି ନ ପାରେ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ଅନ୍ୟମାନଙ୍କର କଥାକୁ ସତ୍ୟ ମନେକରି କୌଣସି କାମ କରନ୍ତୁ ନାହିଁ।
କର୍କଟ : ନୀଚାରୋହୀ ଚତୁର୍ଥାଧିପ ପାରିବାରିକ ଜୀବନରେ ଅର୍ଥସଂକଟକୁ ନେଇ ଚିନ୍ତା କରାଇବ।ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ବନ୍ଧୁଙ୍କ ପରାମର୍ଶରେ ହୋଇପାରେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଆଜି ଅଫିସ୍ କାମରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ଯାତ୍ରା ପୂର୍ବରୁ ଗାଡି ପରଖି ନେବା ଭଲ।
ସିଂହ : ରାଶ୍ୟାଧିପ ଧନସ୍ଥାନରେ ଅର୍ଥପ୍ରାପ୍ତିର ସଂଘର୍ଷକୁ ଜାରି ରଖିବେ। ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରିବର୍ତ୍ତିତ ଚିନ୍ତାଧାରାକୁ ଲକ୍ଷ୍ୟକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। ପିଲାମାନଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍ ଆସିପାରନ୍ତି।
କନ୍ୟା : ଏକାଦଶ ସ୍ଥାନ ପ୍ରତି ଏକାଧିକ ଗ୍ରହଙ୍କ ସମ୍ପର୍କ ଆଶା ଓ ଅଭିଳାଷକୁ ଚରିତାର୍ଥ କରାଇବାରେ ସହାୟକ ହେବେ। ଦୀର୍ଘଦିନର ସୁପରିକଳ୍ପିତ ନୂତନ କାର୍ଯ୍ୟରେ ହାତଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ତୁଳା : ମଙ୍ଗଳଙ୍କ ସପ୍ତମସ୍ଥାନ ପ୍ରତି ଦୃଷ୍ଟି ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସମ୍ପର୍କ ସକାଶେ ଅନୁକୂଳ ପରିସ୍ଥିତି ସୃଷ୍ଟିକରିବ । ଚନ୍ଦ୍ର ଦୁର୍ବଳ ଶୁକ୍ରଯୁକ୍ତ ହେତୁ ମନ ଭିତରେ କେତେକ ଅକୁହା କଥା ଗୁମୁରି ଗୁମୁରି ଉଠୁଥିଲେ ମଧ୍ୟ ପ୍ରିୟଜନଙ୍କ ସମ୍ମୁଖରେ ପ୍ରକାଶ କରିପାରିବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ସାମ୍ନା କରି କାମ ହାସଲ କରିବେ।
ବିଛା : ଚନ୍ଦ୍ର ଲାଭାବସ୍ଥ ଓ ଦ୍ୱାଦଶସ୍ଥ ବୃହସ୍ପତି ସନ୍ତାନଙ୍କ ଦ୍ୱାରା ଆଶାପୂରଣର ମାର୍ଗ ଊନ୍ମୁକ୍ତ କରାଇବ। ସମସ୍ୟାର ସରଳ ସମାଧାନ ହୋଇଯିବାରେ ଆକସ୍ମିକ ଭାବରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମଙ୍ଗଳଙ୍କ ପ୍ରଭାବରେ ସ୍ବାର୍ଥସାଧନ ଅଭିସନ୍ଧି ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ଧନୁ : ବୃହସ୍ପତି ସ୍ବନକ୍ଷତ୍ରସ୍ଥ ହେତୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଏକ ପ୍ରକାର ଆଶ୍ୱସ୍ଥି ଲାଭ କରିବେ। ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ସମ୍ପର୍କର ସୂତ୍ର ଛିଣ୍ଡି ଯାଇପାରେ।
ମକର : ଏକାଧିକ ଗ୍ରହ ସପ୍ତମ ଭାବସ୍ଥ ହେତୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ଟେନ୍ସନ ଲାଗି ରହିବ। ପାରିବାରିକ କ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱ ମାନସିକ ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ ହେବେ।
କୁମ୍ଭ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଜନସେବା ପ୍ରତି ମନ ବଳିବ। ସାମୟିକ ବିରୋଧ ହେତୁ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ମୀନ : ଆପଣଙ୍କ କାର୍ଯ୍ୟଦକ୍ଷତା ସଙ୍ଗକୁ ଦୂରଦର୍ଶିତା ସଫଳତାର ଚାବିକାଠି ଭଳି କାମକରିବ। ଚେଷ୍ଟା କରୁଥିବା କାମଟିକୁ ସମ୍ପୂର୍ଣ୍ଣ କରିବାରେ ଆମତ୍ୀୟ ସ୍ବଜନ କିମ୍ବା ପ୍ରିୟଜନଙ୍କ ସହଯୋଗ ନିଶ୍ଚିତ ପାଇବେ ା କର୍ମଜଞ୍ଜାଳ ପରିପ୍ରେକ୍ଷୀରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ।