April 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। ସ୍ବଳ୍ପ ଆୟ ହେବାର ସୂଚନା ମିଳୁଛି। ସୁସ୍ଥ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ।

ବୃଷ: ଧନଲାଭର ସୂଚନା ମିଳୁଛି। କର୍ମ ଚଞ୍ଚଳ ହେବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି।

ମିଥୁନ: ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

କର୍କଟ: କାର୍ଯ୍ୟରେ ଆଂଶିକ ସଫଳତା ମିଳିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ। ଜଳଯାତ୍ରା ମନା।

ସିଂହ: ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି। ବିବାହ ପ୍ରସ୍ତାବ ଆସିପାରେ।

କନ୍ୟା: ବୁଦ୍ଧି ପ୍ରୟୋଗ କରି ଲାଭବାନ୍‌ ହେବେ। ଆତ୍ମ ବଡ଼ିମା ଦେଖାଇ ପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶକ୍ତିମାନ୍‌ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ମିଳିବ।

ତୁଳା: ମନ ପ୍ରଫୁଲ୍ଲ ରହିବ। ପରଚର୍ଚ୍ଚା କରିପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସୁଖୀ ହେବେ।

ବିଛା: ଯାତ୍ରାଦିରେ ସଫଳ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସ୍ବାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ଧନୁ: ପରୋପକାରୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ କ୍ଳେଶ ଭୋଗ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ।

ମକର: ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ନିର୍ଭରଶୀଳ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ।

କୁମ୍ଭ: ଉତ୍ସବାଦିରେ ଯୋଗଦେଇ ଖୁସି ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ। ସୁସ୍ଥ ରହିବେ। ଐଶ୍ବର୍ଯ୍ୟଯୁକ୍ତ ହେବେ।

ମୀନ: ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ସାମୟିକ ଭାବେ ଏକାନ୍ତରେ ସମୟ ବିତାଇ ପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.