March 24, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ମନ ବଳାଇ ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ। ଆୟ ପରିମାଣ ବୃଦ୍ଧି ପାଇବ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ବଳବାନ୍‌ ହେବେ।

ବୃଷ: ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହିବ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର କଥାରେ ଲୋକଙ୍କର ପ୍ରିୟପାତ୍ର ହୋଇପାରନ୍ତି।

ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। ଆୟ ଆଶାନୁରୂପ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଲାଭ ଯୋଗ ଅଛି। କୀର୍ତ୍ତିମାନ୍‌ ହେବେ। ଭୋଗବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ।

କର୍କଟ: ସବୁ ବାଧା-ବିଘ୍ନକୁ ଏଡାଇ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ମନରେ ପ୍ରସନ୍ନତା ଆସିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସରକାରଙ୍କ ତରଫରୁ ଅର୍ଥ ପ୍ରାପ୍ତ ହେବେ।

ସିଂହ: ସହଜ ସୁଲଭ ଭାବେ ଅର୍ଥ ପ୍ରାପ୍ତ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଇଚ୍ଛା ପୂରଣ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି।

କନ୍ୟା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସମସ୍ୟା ଉପୁଜି ପାରେ। ଚିନ୍ତିତ ହୋଇପାରନ୍ତି। ଚିତ୍ତରେ ଉପୁଜି ଥିବା ଅସ୍ଥିରତାର ଅବସାନ ଘଟିବ। ଭାଗବ୍ୟସାୟ ଲାଭଜନକ ହେବ।

ତୁଳା: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବ। ଚାଲୁ ରହିଥିବା କାର୍ଯ୍ୟଟି ଆପଣଙ୍କ ପାଇଁ ଉତ୍ସାହ ବୋଧ ହେବ। ଦେବ ଦର୍ଶନ କରି ଶାନ୍ତି ପାଇବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ବିଛା: ଯାତ୍ରାକାଳୀନ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। ସମ୍ମାନିତ ହେବେ। ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶାସ୍ତ୍ରାନୁରକ୍ତ ହେବେ। ଶତ୍ରୁ ବିନାଶ କରିବେ। ଦେବ-ଦ୍ୱିଜ ଭକ୍ତ ହେବେ।

ଧନୁ: ବିଚାର-ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବ ହୋଇପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦେବ-ବ୍ରାହ୍ମଣଙ୍କ କୃପା ଲାଭ କରିବେ। ଦୃଢ଼ମନା ହେବେ।

ମକର: କଳହଠାରୁ ଦୂରେଇ ରହିବେ। ଧର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ଧନାଗମ ହେବ। ସାମର୍ଥ୍ୟର ପରିପ୍ରକାଶ ଘଟିବ।

କୁମ୍ଭ: ବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ନିକଟତର ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। ଗୁପ୍ତ ବିଦ୍ୟାରେ ପରିପ୍ରକାଶ ଘଟାଇବେ।

ମୀନ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। ଲୋଭଗ୍ରସ୍ତ ହୋଇପାରନ୍ତି। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗ-ପୂତ ମନୋବୃତ୍ତିର ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.