July 3, 2022

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ମାପି-ଚୁପି ନ ଚଳିଲେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଯାନବାହନ ସୁଖ ମିଳିବ। ଭୋଗ-ବିଳାସ କରିପାରନ୍ତି। ବିଭିନ୍ନ ସ୍ତରରେ ପ୍ରଭାବଶାଳୀର ପରିଚୟ ସୃଷ୍ଟି କରିପାରନ୍ତି। ମାନବବାଦୀ ହେବେ। ପତ୍ନୀ ସହାୟିକା ହେବେ।

ବୃଷ: ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମିଥୁନ: ଘରକରଣା ସାମଗ୍ରୀ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ଆଶା ଫଳବତୀ ହେବ। ଦେବ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ସୁଖ ମିଳିବ।

କର୍କଟ: ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ ା ଆନନ୍ଦ-ଉତ୍ସବରେ ସମୟ ବିତାଇପାରନ୍ତି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ଶତ୍ରୁ ବିନାଶ କରି ନିଷ୍କଣ୍ଟକ ହେବେ।

ସିଂହ: ପଦ-ମର୍ଯାଦାର ହାନି ଯେପରି ନ ଘଟେ, ସେଥିପ୍ରତି ଯତ୍ନବାବନ ହେବେ। କାର୍ଯ୍ୟକ୍ଷେତ୍ରରେ ମାନ୍ଦାଭାବ ଉପୁଜି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟରୁ ଲାଭବାନ୍‍ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

କନ୍ୟା: ନିଜକୁ କଳହମୁକ୍ତ ରଖିବେ। ଦୃଢ଼ ମନୋବଳ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ। ଦୀର୍ଘଦିନର ଆଶାଫଳବତୀ ହେବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି।

ତୁଳା: ମନୋବଳ ଦୃଢ଼ ରହିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଦେବ ଦର୍ଶନର ସୁଯୋଗ ଅଛି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଗର୍ବ ଅହଂକାର ଠାରୁ ଦୂରେଇ ରହିବେ। ସୁଖୀ ହେବେ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ବାଧା ବିଘ୍ନକୁ ଏଡ଼ାଇ ସର୍ବାଙ୍ଗୀଣ ଉନ୍ନତି ପାଇଁ ଲାଗି ପଡ଼ିବେ। ବହୁ କଷ୍ଟ ଭୋଗକରି ବିଜୟୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ବିଭାଗୀୟ ମୁଖ୍ୟଙ୍କ ପ୍ରିୟପାତ୍ର ହେବେ। ବନ୍ଧୁ ଓ ପ୍ରିୟଜନଙ୍କ ସହିତ ସମ୍ପର୍କ ଅତୁଟ ରହିବ।

ଧନୁ: କାର୍ଯ୍ୟରେ ଉନ୍ନତି ଘଟିପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବନ୍ଧୁତା ଅତୁଟ ରଖିପାରନ୍ତି। ମନୋଜ୍ଞ ହୋଇପାରନ୍ତି। ଧର୍ମକଥାନୁରକ୍ତ ହେବେ। ପ୍ରସନ୍ନ ମୂର୍ତ୍ତି ହୋଇପାରନ୍ତି। ଗୃହ ପରିବେଶ ଉନ୍ନତମାନର ହେବ।

ମକର: ଅସୁବିଧା ଦୂରହେବ। ଭୋଗ-ବିଳାସ କରିପାରନ୍ତି। ଈଶ୍ୱର ବିଶ୍ୱାସୀ ହେବେ। ସର୍ବ ସୁଖ ଭୋଗ କରିପାରନ୍ତି। ଶୁଭ ସମ୍ବାଦ ପାଇବେ। ଶାନ୍ତି ଓ ସନ୍ତୋଷ ମିଳିବ। ସାମର୍ଥ୍ୟର ଉଦାହରଣ ହେବେ। ଧନାଗମର ସୂଚନା ମିଳୁଛି। ରତ୍ନ ଲାଭ ହେବ।

କୁମ୍ଭ: ନାନା ସମ୍ପଦର ଅଧିକାରୀ ହୋଇପାରନ୍ତି। ଦୃଢ଼ମନୋଭାବ ନେଇ ନିଃଶଙ୍କ ଭାବେ କାର୍ଯ୍ୟ କରି ଚାଲିବେ। ଶ୍ରେଷ୍ଠ ଲକ୍ଷଣଯୁକ୍ତ ହେବେ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟ ଲାଭ କରିବେ। ନିଜର ଭାବ-ଗମ୍ଭୀର କାର୍ଯ୍ୟ କଳାପ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ।

ମୀନ: ମନଫୂର୍ତ୍ତି ରହିବ। ଆୟ ଅଧିକ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସାହାଯ୍ୟ ପାଇ ପାରନ୍ତି। ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଗୁଣବାନ୍‍ ଓ ଚରିତ୍ରବାନ୍‍ ହେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.