April 25, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଭ୍ରମଣରୁ ଶାନ୍ତି ମିଳିବ। ମାନସିକ ସ୍ତରରେ ଉଳ ଭବିଷ୍ୟତ ରଚନା କରିବେ। ସୁସ୍ଥ ଓ ନିରାମୟ ରହିବେ। କୀର୍ତ୍ତି ସ୍ଥାପନ କରିପାରନ୍ତି। ରୋଜଗାର ଧୀରେ ଧୀରେ ବଢ଼ିବ। ରାଜକୃପା ଲାଭ କରିପାରନ୍ତି। ଚାକିରିରେ ଶୁଭଫଳ।

ବୃଷ: ଆପଣଙ୍କ ବିରୋଧରେ ଚଳାଇ ଥିବା ଷଡ଼ଯନ୍ତ୍ରର ଲୋକେ, ବିଫଳ ହେବେ। ବୁଦ୍ଧିବଳରେ କାର୍ଯ୍ୟରେ ଆଗୁସାର ହୋଇପାରନ୍ତି। ବ୍ୟବସାୟ ମଧ୍ୟମ ଧରଣର ଫଳଦାୟକ ହେବ। ମଉଜ୍‌ମଜଲିସ୍‌ରେ ଦିନଟି ବିତିବ। ପତ୍ନୀଙ୍କ ସହାୟତା ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିପାରେ। ଦେହ ଓ ମନ ଭଲ ରହିବ। ରୋଜଗାର ଅଳ୍ପ ବଢ଼ିବ। ଚାକିରି କ୍ଷେତ୍ରରେ ମନୋଭାବ ଦୃଢ଼ ହେବ। ବ୍ୟବସାୟରେ ଉନ୍ନତି ଘଟିବ। ବନ୍ଧୁ ସହାୟତା ମିଳିବ। ବିଦ୍ୟାର୍ଥୀ କୃତ କାର୍ଯ୍ୟ ହେବେ।

କର୍କଟ: ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟପ୍ରାପ୍ତ ହେବେ। କାର୍ଯ୍ୟରେ ଉନ୍ନତି ଘଟିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବ୍ୟବସାୟରେ ଆଗକୁ ବଢ଼ିବେ। ରୋଜଗାର ମଧ୍ୟମ ଧରଣର ହେବ। ଯୁଦ୍ଧକ୍ଷେତ୍ରରେ ଶକ୍ତିମାନ୍‌ ହେବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ସିଂହ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସମ୍ମାନିତ ହୋଇପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁଧନ-ସମ୍ପଦର ଅଧିକାରୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ବିଦ୍ୟାର୍ଥୀ ଯତ୍ନବାନ ହେବେ।

କନ୍ୟା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶ୍ରମର ମୂଲ୍ୟାଙ୍କନ ହେବ। ସୁସ୍ଥ ରହିବେ। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ କାରବାର ବୃଦ୍ଧି ହେବ। ବିଦ୍ୟାର୍ଥୀ ସଫଳ ହେବେ।

ତୁଳା: ମାନସିକ ଚାପରୁ ମୁକ୍ତ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସମାଧାନ ହେବ। ଶ୍ରେଷ୍ଠ ସମ୍ମାନ ମିଳିବ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁଜନ ପୋଷକ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।

ବିଛା: ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମଳିବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ସୁସ୍ଥ ରହିବେ। ମାନସିକ ଶାନ୍ତି ମିଳିବ। ଭଲ ଆୟ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟରୁ ଲାଭ ମିଳିବ। ବିଦ୍ୟାର୍ଥୀ ସୁଖ ଭୋଗୀ ହେବେ।

ଧନୁ: ଅନେକ କ୍ଷେତ୍ରରେ ସଫଳତା ମିଳିବ। ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ସମ୍ମାନିତ ହୋଇପାରନ୍ତି। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ମକର: ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। କାର୍ଯ୍ୟରେ ଆଗେଇଲେ ବି, ଉତ୍ସାହ କମିଯାଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସାମୁହିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ଶୁଭଫଳ ମିଳିବ। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ।

କୁମ୍ଭ: ଆଶ୍ବାସନା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ କିମ୍ବା ସରକାରୀ ସହାୟତା ପାଇ ଲାଭବାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ସାହାଯ୍ୟକାରୀ ହେବେ। ଜନପ୍ରିୟ ହୋଇପାରନ୍ତି। କାର୍ଯ୍ୟରେ ସଫଳ ହେବେ। ବିଦ୍ୟାର୍ଥୀ ସଦ୍‌ଗୁଣୀ ହେବେ।

ମୀନ: ବନ୍ଧୁଙ୍କ ସହ ଘଟିଥିବା ମତାନ୍ତରର ପରିସମାପ୍ତି ଘଟିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବିଭିନ୍ନ ଦିଗରୁ ସାହାଯ୍ୟ-ସହଯୋଗ ମିଳିବ। ମନୋବଳ ଦୃଢ଼ ରହିବ। ବ୍ୟବସାୟ ଖୁବ୍‌ ଭଲରେ ଚାଲିବ। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.